Latest Odisha News

BREAKING NEWS

ଅଲବିଦା ନେବେ କେକେ: ମୁମ୍ବାଇରେ ଆଜି ଶେଷକୃତ୍ୟ

ମୁମ୍ବାଇ: ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଭର୍ସାଟାଇଲ୍ ସିଙ୍ଗର କେକେ । ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ମୁମ୍ବାଇର ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

BjdElectrycity

ତାପୂର୍ବରୁ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଭର୍ସୋଭାର ପାର୍କ ପ୍ଲାଜା କମ୍ପ୍ଲେକ୍ସରେ କେକେଙ୍କ ବାସଭବନରେ ରଥାଯାଇଛି । ବଲିଉଡର ବହୁ ସେଲିବ୍ରିଟି ଓ ଫ୍ୟାନ୍ ନିଜ ପ୍ରିୟ ସିଙ୍ଗରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ । ଗତକାଲି ରାତିରେ ତାଙ୍କ ମରଶରୀରକୁ କୋଲକାତାରୁ ଅଣାଯାଇଥିଲା ମୁମ୍ବାଇ ।

ମଙ୍ଗଳବାର ରାତିରେ କୋଲକାତାରେ ଷ୍ଟେଜ୍ ସୋ କରିବା ବେଳେ ଅସୁସ୍ଥ ହୋଇଥିଲେ କେକେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ମାତ୍ର ୫୩ ବର୍ଷ ବୟସରେ ବଲିଉଡ ଜଣେ ସୁନାମଧ୍ୟନ କଣ୍ଠଶିଳ୍ପୀଙ୍କୁ ହରାଇଛି । କେକେଙ୍କ ଅକାଳ ବିୟୋଗ ପୂରା ବଲିଉଡକୁ ସ୍ତବ୍ଧ କରିଛି । ଝୁରୁଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ ।

Leave A Reply

Your email address will not be published.