Latest Odisha News

BREAKING NEWS

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ଭୁବନେଶ୍ୱର: ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ସୁନୀଲ ବଂଶଲ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଓ ଦନମ ରଣନୀତି ନେଇ ପୋଲିସ ଓ ବିଏସଏଫ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ପରେ ମାଥିଲିରେ ପହଞ୍ଚିବେ ପୋଲିସ ଡିଜି । ସେଠାରେ ଥାନାର ନୂଆ ବିଲଡିଂକୁ ଉଦଘାଟନ କରିବେ । ମାଲକାନଗିରି MV-3 BSF କ୍ୟାମ୍ପରେ ପହଁଞ୍ଚି BSF ଓ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ପୋଲିସ ଡିଜି । ଜିଲ୍ଲାରେ ମାଓ ମୁକାବିଲା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ ।

Leave A Reply

Your email address will not be published.