Latest Odisha News

BREAKING NEWS

ରାଜକୁମାର ସନ୍ତୋଷୀଙ୍କୁ ହତ୍ୟା ଧମକ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ଆଜି ମିଳିଛି ହତ୍ୟା ଧମକ । ତାଙ୍କର ଆଗାମୀ ଫିଲ୍ମ ଗାନ୍ଧୀ ଗଡସେ: ଏକ ଯୁଦ୍ଧ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ମୁମ୍ବାଇ ପୋଲିସଙ୍କୁ ସୁରକ୍ଷା ମାଗିଛନ୍ତି । ୨୦ ଜାନୁୟାରୀରେ ମେକର୍ସଙ୍କ ପକ୍ଷରୁ ଆୟୋଜିତ ଏକ ପ୍ରେସମିଟରେ କିଛି ବ୍ୟକ୍ତି ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ଏହା ପରେ ମୋତେ ଫିଲ୍ମର ପ୍ରମୋଶନ ବନ୍ଦ କରିବା ପାଇଁ ଧମକ ମିଳୁଛି । ସେ ତାଙ୍କ ପରିବାର ଉପରେ ବିପଦ ରହିଛି ବୋଲି ମଧ୍ୟ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ମୋତେ ଏବଂ ମୋ ପରିବାରକୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି ।

ସନ୍ତୋଷୀ ତାଙ୍କ ଫିଲ୍ମରେ ଗାନ୍ଧୀ ଏବଂ ଗଡସେଙ୍କ ମଧ୍ୟରେ ଉପୁଜିଥିବା ବୈଚାରିକ ବିବାଦକୁ ଦର୍ଶାଇଛନ୍ତି । ଦୀପକ ଅନ୍ତାନୀ ମାହାତ୍ମା ଗାନ୍ଧୀ ଏବଂ ଚିନ୍ମୟ ମଣ୍ଡେଲକର ନାଥୁରାମ ଗଡସେଙ୍କ ଭୂମିକା କରୁଛନ୍ତି । ୨୯ ଜାନୁୟାରୀରେ ଶାହାରୁଖ ଖାଁଙ୍କ ପଠାନ ଫିଲ୍ମ ସହ ଏହା ଏକତ୍ର ରିଲିଜ ହେବ । ସନ୍ତୋଷୀ ପୂର୍ବରୁ ଘାୟଲ,ଦାମିନୀ ପରି ଅନେକ ଭଲ ଫିଲ୍ମ କରି ଦର୍ଶକଙ୍କ ପ୍ରିୟପାତ୍ର ହୋଇଥିଲେ । କିଛି ଦିନ ଦୂରେଇ ରହିବା ପରେ ସେ ଏବେ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ସମ୍ମୁଖକୁ ଆସିଛନ୍ତି ।

Leave A Reply

Your email address will not be published.