Latest Odisha News

BREAKING NEWS

ପନ୍ତଙ୍କୁ କାହିଁକି ହାତ ଯୋଡିଲେ କେଏଲ ରାହୁଲ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଭାରତର ଉପ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆକର୍ଷଣୀୟ ଇନିଂସ ଖେଳିଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ପରେ ଶୁଭମନ ଗିଲ ୧୨୭ ଓ ପନ୍ତ ୬୫ ରନ କରି ଅପରାଜିତ ରହିଥିଲେ । ଡ୍ରେସିଂ ରୁମକୁ ଫେରିବା ପରେ ପନ୍ତଙ୍କୁ ହାତଯୋଡିଥିଲେ । ସେ କଣ ପାଇଁ ହାତ ଯୋଡିଲେ ତାହା ବେଶ ଚର୍ଚ୍ଚା ହୋଇଥିଲା । ପରେ ଜଣା ପଡିଥିଲା ସେ ମଜାରେ ଏହା କରିଥିଲେ । ଭାରତର ସ୍କୋର ୩୫୧ ଥିବା ବେଳେ ପନ୍ତ ହଠାତ କ୍ରିସ ୱକସଙ୍କ ବଲରେ ସ୍କ୍ୱାୟର ଲେଗରେ ବିଶାଳ ଛକା ମାରିଥିଲେ । ଯାହା ଦେଖି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ମଧ୍ୟ ହସିଥିଲେ । ପନ୍ତଙ୍କ ବ୍ୟତୀତ ଏହି କାରନାମା କେହି କରିପାରିବେ ନାହିଁ ।

ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଭାବେ ପନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦୀର୍ଘ ସମୟ ଧୀମା ଖେଳିବା ପରେ ସେ ଏହି ବଡ ଶଟ ଖେଳିଥିଲେ । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ୱିକେଟ ବିନିମୟରେ ୩୫୧ ରନ ସଂଗ୍ରହ କରିନେଇଛି । ଗିଲ ଏବଂ ଯଶସ୍ୱୀ ଜୈସୱାଲ ଶତକ ହାସଲ କରିଛନ୍ତି ।

Comments are closed.