Latest Odisha News

BREAKING NEWS

‘ଭାରତ-ପାକ୍ ଯୁଦ୍ଧ ବନ୍ଦ ନେଇ ନା କ୍ରେଡିଟ୍ ମିଳିଲା ନା ମିଳିବ ନୋବେଲ ପ୍ରାଇଜ୍’: ଦୁଃଖରେ ଭାଙ୍ଗିପଡିଲେଣି ଟ୍ରମ୍ପ!

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମନରେ ଅସୁମାରୀ ଆଶା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ପଷ୍ଟିକରଣ ପରେ ବି ଏବେ ବି ସେ ଆଶା ଲଗେଇ ବସିଛନ୍ତି ଯେ ଭାରତ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ତାଙ୍କୁ ନେବେଲ୍ ମିଳିବ । ଏନେଇ ଏକ ଲମ୍ବା ସୋସିଆଲ ମିଡିଆ ପୋଷ୍ଟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତି ଦେଇଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ‘ବନ୍ଦ’ କରିବାରେ ତାଙ୍କର ସମ୍ପୃକ୍ତି ସମେତ ଅନେକ ଶାନ୍ତି ପ୍ରୟାସ ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ।

ତେବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଆନୁଷ୍ଠାନିକ ଭାବରେ ମନୋନୀତ କରିଛି ପାକିସ୍ତାନ । ହେଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ ନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ଏହି ପ୍ରସଙ୍ଗରେ ତଥ୍ୟ ଯାଞ୍ଚ କରିବା ସତ୍ତ୍ୱେ ଏହି ଦାବିକୁ ପୁନରାବୃତ୍ତି କରିଛନ୍ତି ।

ଏନେଇ ଟ୍ରମ୍ପ ନିଜ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ… ମୁଁ ଯାହା କଲେ ମଧ୍ୟ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ । ସେ କହିଥିଲେ, ସେ ଏବଂ ବିଦେଶ ସଚିବ ମାର୍କୋ ରୁବିଓ ରୱାଣ୍ଡା ଏବଂ କଙ୍ଗୋ ମଧ୍ୟରେ ଏକ ଚମତ୍କାର ଚୁକ୍ତି କରିଛନ୍ତି ଯାହା ହିଂସାତ୍ମକ ରକ୍ତପାତ ଏବଂ ମୃତ୍ୟୁ ଦ୍ୱାରା ବର୍ଣ୍ଣିତ ଯୁଦ୍ଧକୁ ବନ୍ଦ କରିବ । ରୱାଣ୍ଡା ଏବଂ କଙ୍ଗୋର ପ୍ରତିନିଧିମାନେ ସୋମବାର ୱାଶିଂଟନରେ ଦସ୍ତାବିଜ ସ୍ୱାକ୍ଷର କରିବେ। ଏହା ଆଫ୍ରିକା ପାଇଁ ଏକ ମହାନ ଦିନ ଏବଂ ସ୍ପଷ୍ଟ ଭାବରେ, ବିଶ୍ୱ ପାଇଁ ଏକ ମହାନ ଦିନ ବୋଲି ସେ ଉଲ୍ଲଊେଖ କରିଛନ୍ତି । ହେଲେ ମୁଁ ଏଥିପାଇଁ ନୋବାଲ୍ ଶନ୍ତି ପ୍ରାଇଜ୍ ପାଇବି ନାହିଁ, ମୁଁ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ପାଇବି ନାହିଁ । ମୁଁ ସର୍ଭିଆ ଏବଂ କସୋଭୋ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ପାଇବି ନାହିଁ…..ଇଜିପ୍ଟ ଏବଂ ଇଥିଓପିଆ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ (ଆମେରିକା ଦ୍ୱାରା ମୂର୍ଖତାର ସହିତ ଆର୍ଥିକ ସହାୟତା ପାଇଥିବା ଏକ ବିଶାଳ ଇଥିଓପିଆନ-ନିର୍ମିତ ବନ୍ଧ ନୀଳ ନଦୀରେ ପ୍ରବାହିତ ଜଳକୁ ଯଥେଷ୍ଟ ହ୍ରାସ କରେ) । ଆମେରିକା ଏବଂ କାତାର ଦ୍ୱାରା ଭଙ୍ଗ ହୋଇଥିବା, ରୱାଣ୍ଡା ଏବଂ କଙ୍ଗୋ ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ଏକ ଯୁଦ୍ଧବିରାମ ପାଇଁ ରାଜି ହୋଇଥିଲେ ଯାହା ଏହି ଅଞ୍ଚଳରେ ହଜାର ହଜାର ଲୋକଙ୍କୁ ହତ୍ୟା କରିଥିଲା ​​ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରିଥିଲା। ଯାହାକୁ ନେଇ ସେ ଶେଷକୁ ଲେଖିଥିଲେ, ନା, ମୁଁ ଯାହା କରେ ତାହା ଉପରେ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ, ରୁଷିଆ/ୟୁକ୍ରେନ ଏବଂ ଇସ୍ରାଏଲ/ଇରାନ ସମେତ, ସେହି ଫଳାଫଳ ଯାହା ହେଉନା କାହିଁକି, ହେଲେ ନୋବେଲ୍ ପୁରସ୍କାର ମିଳିବ ନାହିଁ  ।

ଯେଉଁ ପୋଷ୍ଟରେ ଟ୍ରମ୍ପ ୬ ଥର ନୋବେଲ୍ ଶନ୍ତି ପୁରସ୍କାରର ଉଲ୍ଲେଖ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ପୋଷ୍ଟ ପାକିସ୍ତାନ ଦ୍ବାରା ଭାରତ ପାକିସ୍ତାନ ଅସ୍ତ୍ରବିରତି ନେଇ ନୋବେଲ୍ ପ୍ରାଇଜ୍ ପାଇଁ ତାଙ୍କ ନାମ ଦିଆଯିବା ପରେ ଆସିଛି । ଯେତେବେଳେ କି ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଟ୍ରମ୍ପଙ୍କ ସହ କଥା ହୋଇ ଏନେଇ ସ୍ପଷ୍ଟ କରିଥିଲେ । ଗତ ମାସରେ ପାକିସ୍ତାନ ସହିତ ଶତ୍ରୁତା ସମୟରେ କୌଣସି ସମୟରେ ଏହି ପ୍ରସଙ୍ଗରେ ବାଣିଜ୍ୟ କିମ୍ବା ମଧ୍ୟସ୍ଥତା ବିଷୟରେ ଆମେରିକା ପ୍ରଶାସନ ସହିତ ଆଲୋଚନା କରାଯାଇନଥିଲା ବୋଲି ରୋକଠୋକ୍ ଶୁଣାଇଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ସବୁବେଳେ ଦାବି କରୁଆସିଥିଲେ ଟ୍ରମ୍ପ । ବାରମ୍ବାର ସେ ହିଁ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିଥିଲେ ବୋଲି ଦୃଢୋକ୍ତି ଦେଖାଉଥିଲେ । ଆଉ ଏବେ ସବୁ ବାଟ ବନ୍ଦ ହେବା ପରେ ଭାଙ୍ଗି ପଡିଛନ୍ତି ଟ୍ରମ୍ପ ।

Comments are closed.