Latest Odisha News

କେଏଲ ରାହୁଲ ଡାକ୍ତରଖାନରେ ଭର୍ତି

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଲୋକେଶ ରାହୁଲଙ୍କ ମ୍ୟାଚ ପୂର୍ବରୁ ଡାକ୍ତର ଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ତାଙ୍କର ଆପେଣ୍ଡିସାଇଟିସ ହୋଇଛି । ପଞ୍ଜାବ କିଙ୍ଗସ ଟ୍ୱିଟର ଆକାଂଉଟରେ ଏ ନେଇ ସୂଚନା ଦିଆଯାଇଛି ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ନୁହେଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଆଜି ରବିବାର ଡବଲ ହେଡରର ଦ୍ୱିତୀୟ ମୁକାବିଲା ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆରମ୍ଭ ହୋଇଯାଇଛି । ରାହୁଲଙ୍କ ସ୍ଥାନରେ ଅଧିନାୟକ ଭାର ସମ୍ଭାଳିଥିବା ମୟଙ୍କ ଅଗ୍ରୱାଲ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତ୍‌ି ।

Comments are closed.