ଦୁବାଇ: ଚଳିତ ଆଇପିଏଲରେ ପ୍ରଥମ ଶତକ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ । ଦୁବାଇରେ ଚୌକା ଓ ଛକା ବର୍ଷା କରିଛନ୍ତି । ଲୋକଶ ରାହୁଲଙ୍କ ଏହି ବିସ୍ଫୋରକ ଓ ରୋମାଞ୍ଚକର ଇନିଂସ ବଳରେ ବେଙ୍ଗାଲୁରୁ ଆଗରେ ୨୦୭ ରନ୍ ବିଜୟ ଲକ୍ଷ୍ୟ ରଖିଛି କିଙ୍ଗସ ଇଲେଭେନ୍ ପଞ୍ଜାବ । ନିର୍ଦ୍ଧାରିତ ଓଭରରେ ଦଳ ୩ ଓ୍ୱିକେଟ ହରାଇ ୨୦୬ ରନ୍ କରିଛି ।
ଲୋକେଶ ରାହୁଲ
ଦୁବାଇରେ ଟସ୍ ଜିତିଥିଲା ବେଙ୍ଗାଲୁରୁ । ତେବେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ୍ ବିରାଟ କୋହଲି । ଟସ୍ ହାରି ବ୍ୟାଟିଂ କରିଥିବା ପଞ୍ଜାବ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲା । ଶେଷ ଓଭର ବେଳକୁ ବିସ୍ଫୋରକ ଇନିଂସ ଖେଳିଥିଲେ ଲୋକେଶ ରାହୁଲ । ବେଙ୍ଗାଲୁର ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । କେ. ଏଲ୍. ରାହୁଲ ଏକାକୀ ଅପରାଜିତ ୧୩୨ ରନ୍ କରିଛନ୍ତି । ଖେଳିଛନ୍ତି ୬୯ ବଲ୍ । ଏହା ଭିତରେ ରହିଛି ୧୪ଟି ଚୌକା ଓ ୭ଟି ଛକା ।

ପଞ୍ଜାବ ପକ୍ଷରୁ ଇନିଂସ ଓପନ କରିଥିଲେ କେ. ଏଲ୍. ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ । ବ୍ୟକ୍ତିଗତ ୨୬ ରନ୍ ଓ ଦଳୀୟ ସ୍କୋର ୫୭ ରନ୍ ବେଳେ ପାଭିଲନ୍ ଫେରିଥିଲେ ମୟଙ୍କ ଅଗ୍ରଓ୍ୱାଲ । ପରେ ନିକୋଲାସ ପୁରନ ୧୭ ରନ୍ ଓ ମାକ୍ସଓ୍ୱେଲ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ଶୀଘ୍ର ଓ୍ୱିକେଟ ଖସିବାରୁ ଏକ ବଡ଼ ସ୍କୋର କରିବାରେ ଫେଲ୍ ମାରିଥିଲା ପଞ୍ଜାବ ।

ବେଙ୍ଗାଲୁରୁ ପକ୍ଷରୁ ଶିବମ ଦୁବେ ୨ଟି ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଯୁଜବେନ୍ଦର ଚହଲଙ୍କୁ ମିଳିଛି ଗୋଟିଏ ଓ୍ୱିକେଟ । ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଉମେଶ ଯାଦବ ଓ ଡେଲ୍ ଷ୍ଟେନ୍ । ଉମେଶ ଯାଦବ ୩ ଓଭରରେ ୩୭ ରନ୍ ବ୍ୟୟ କରିଥିବା ବେଳେ ଷ୍ଟେନ୍ ନିଜ କୋଟାରେ ୫୭ ରନ୍ ଖର୍ଚ୍ଚ କରିଛନ୍ତି ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.