Latest Odisha News

BREAKING NEWS

କୋହଲି ଛାଡିଲେ କ୍ୟାଚ୍, ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ

ଦୁବାଇ: ବେଙ୍ଗାଲୁରୁ ବିପକ୍ଷରେ ଚଳିତ ଆଇପିଏଲରେ ପ୍ରଥମ ଶତକ ମାରିଛନ୍ତି ଲୋକେଶ ରାହୁଲ । ଅପରାଜିତ ୧୩୨ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲରେ ଭାରତୀୟ ଖେଳାଳି ଭାବରେ ସର୍ବାଧିକ ରନ୍ କରିଛନ୍ତି ଲୋକେଶ ରାହୁଲ । ପୂର୍ବରୁ ଏହି ରେକର୍ଡ ଥିଲା ଋଷଭ ପନ୍ଥଙ୍କ ନାଁରେ । ସେ ୨୦୧୮ରେ ଅପରାଜିତ ୧୨୮ ରନ୍ କରିଥିଲେ ।

ସେଞ୍ଚୁରୀ ପୂର୍ବରୁ ଦୁଇ ଦୁଇ ଥର ଜୀବନ ଦାନ ପାଇଥିଲେ ଲୋକେଶ ରାହୁଲ୍ । କ୍ୟାଚ୍ ହାତ ଛଡ଼ା କରିଥିଲେ ବେଙ୍ଗାଳୁରୁ କ୍ୟାପଟେନ୍ ବିରାଟ କୋହଲି । ରାହୁଲ ୮୩ ରନ୍ କରିଥିବା ବେଳେ ପ୍ରଥମ କ୍ୟାଚ ଛାଡ଼ିଥିଲେ ବିରାଟ । ପୁଣି ପରବର୍ତ୍ତୀ ଓଭରରେ ୮୯ ରନ ବେଳେ ଆଉ ଗୋଟିଏ କ୍ୟାଚ୍ ହାତ ଛଡ଼ା କରିଥିଲେ କୋହଲି ।
ଏଥିସହ ପଢ଼ନ୍ତୁ: IPL ମହାସମର: ଲୋକେଶ ରାହୁଲଙ୍କ ଅପରାଜିତ ଶତକ, ବେଙ୍ଗାଲୁରୁ ଆଗରେ ପଞ୍ଜାବ ଦେଲା ୨୦୭ ରନ୍ ଟାର୍ଗେଟ
ଏଥିସହ ପଢ଼ନ୍ତୁ: ବଲିଉଡର ଡ୍ରଗ୍ସ ଲିଙ୍କ: NCB ସ୍କାନରରେ ଚାରି ଜଣ ହିରୋ, କିଏ ସେମାନେ ?


୧୮ ଓଭର ବେଳେ ଦୁଇ ଦୁଇଟି ଜୀବନଦାନ ପାଇବା ପରେ ପ୍ରହାର ଆରମ୍ଭ କରିଥିଲେ ଲୋକେଶ ରାହୁଲ । ମ୍ୟାଚର ଶେଷ ଦୁଇ ଓଭରରେ ବେଙ୍ଗାଳୁରୁ ବୋଲରଙ୍କୁ ନିର୍ଧୁମ ଛେଚିଲେ । ଖାଲି ବଲ୍ ଯାଉଥିଲା ବାଉଣ୍ଡ୍ରି ଲାଇନ୍ ।
ଏଥିସହ ପଢ଼ନ୍ତୁ: ତିନି ଦିନ ଭିତରେ କରୋନା କେସରେ ଗଞ୍ଜାମକୁ ଟପିଯିବ କଟକ 
ଏଥିସହ ପଢ଼ନ୍ତୁ: ପୁରୀରେ ପ୍ରତିଦିନ ଦୁଇ ଶହ ପଜିଟିଭ୍, ୯ ହଜାର ଟପିଲା କରୋନା କେସ୍


ଡେଲ୍ ଷ୍ଟେନଙ୍କ ଗୋଟିଏ ଓଭରରେ ଲୋକେଶ ରାହୁଲ ୨୬ ରନ୍ ପିଟିଥିଲେ । ଏହା ଭିତରେ ଥିଲା ତିନିଟି ଛକା ଓ ଦୁଇଟି ଚୌକା । ଆଇପିଏଲ କ୍ୟାରିୟରରେ ଏହା ଲୋକେଶ ରାହୁଲଙ୍କ ଦ୍ୱିତୀୟ ଶତକ । ଏହାସହ ସେ ଆଇପିଏଲରେ ୨୦୦୦ ରନ୍ ପୂରଣ କରିଛନ୍ତି ।

Leave A Reply

Your email address will not be published.