ଦୁବାଇ: ଚଳିତ ଆଇପିଏଲରେ ପ୍ରଥମ ଶତକ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ । ଦୁବାଇରେ ଚୌକା ଓ ଛକା ବର୍ଷା କରିଛନ୍ତି । ଲୋକଶ ରାହୁଲଙ୍କ ଏହି ବିସ୍ଫୋରକ ଓ ରୋମାଞ୍ଚକର ଇନିଂସ ବଳରେ ବେଙ୍ଗାଲୁରୁ ଆଗରେ ୨୦୭ ରନ୍ ବିଜୟ ଲକ୍ଷ୍ୟ ରଖିଛି କିଙ୍ଗସ ଇଲେଭେନ୍ ପଞ୍ଜାବ । ନିର୍ଦ୍ଧାରିତ ଓଭରରେ ଦଳ ୩ ଓ୍ୱିକେଟ ହରାଇ ୨୦୬ ରନ୍ କରିଛି ।
ଲୋକେଶ ରାହୁଲ
ଦୁବାଇରେ ଟସ୍ ଜିତିଥିଲା ବେଙ୍ଗାଲୁରୁ । ତେବେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ୍ ବିରାଟ କୋହଲି । ଟସ୍ ହାରି ବ୍ୟାଟିଂ କରିଥିବା ପଞ୍ଜାବ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲା । ଶେଷ ଓଭର ବେଳକୁ ବିସ୍ଫୋରକ ଇନିଂସ ଖେଳିଥିଲେ ଲୋକେଶ ରାହୁଲ । ବେଙ୍ଗାଲୁର ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । କେ. ଏଲ୍. ରାହୁଲ ଏକାକୀ ଅପରାଜିତ ୧୩୨ ରନ୍ କରିଛନ୍ତି । ଖେଳିଛନ୍ତି ୬୯ ବଲ୍ । ଏହା ଭିତରେ ରହିଛି ୧୪ଟି ଚୌକା ଓ ୭ଟି ଛକା ।

ପଞ୍ଜାବ ପକ୍ଷରୁ ଇନିଂସ ଓପନ କରିଥିଲେ କେ. ଏଲ୍. ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ । ବ୍ୟକ୍ତିଗତ ୨୬ ରନ୍ ଓ ଦଳୀୟ ସ୍କୋର ୫୭ ରନ୍ ବେଳେ ପାଭିଲନ୍ ଫେରିଥିଲେ ମୟଙ୍କ ଅଗ୍ରଓ୍ୱାଲ । ପରେ ନିକୋଲାସ ପୁରନ ୧୭ ରନ୍ ଓ ମାକ୍ସଓ୍ୱେଲ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ଶୀଘ୍ର ଓ୍ୱିକେଟ ଖସିବାରୁ ଏକ ବଡ଼ ସ୍କୋର କରିବାରେ ଫେଲ୍ ମାରିଥିଲା ପଞ୍ଜାବ ।

ବେଙ୍ଗାଲୁରୁ ପକ୍ଷରୁ ଶିବମ ଦୁବେ ୨ଟି ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଯୁଜବେନ୍ଦର ଚହଲଙ୍କୁ ମିଳିଛି ଗୋଟିଏ ଓ୍ୱିକେଟ । ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଉମେଶ ଯାଦବ ଓ ଡେଲ୍ ଷ୍ଟେନ୍ । ଉମେଶ ଯାଦବ ୩ ଓଭରରେ ୩୭ ରନ୍ ବ୍ୟୟ କରିଥିବା ବେଳେ ଷ୍ଟେନ୍ ନିଜ କୋଟାରେ ୫୭ ରନ୍ ଖର୍ଚ୍ଚ କରିଛନ୍ତି ।
BREAKING NEWS
- କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ…
- ଆମେରିକା ଆକାଶରେ ସଟଡାଉନ୍! ୪ ହଜାରରୁ ଉର୍ଦ୍ଧ୍ୱ ବିମାନ ବାତିଲ
- ଜନଜାତୀୟ ଗୌରବ ଦିବସ: ରବୀନ୍ଦ୍ରମଣ୍ଡପରେ ହେବ ଦୁଇଦିନିଆ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ
- FIR against Kangana Ranaut: ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ମହଙ୍ଗା ପଡ଼ିଲା! ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ନାଁରେ ଏଫଆଇଆର୍
- କାମାକ୍ଷାନଗର ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର
- Sheikh Hasina Return: ଡିସେମ୍ବରରେ ଦେଶକୁ ଫେରିବେ ଶେଖ୍ ହସିନା! ପ୍ରତ୍ୟର୍ପଣ ପୂର୍ବରୁ ବାଂଲାଦେଶକୁ ଭାରତର ୨ଟି ସର୍ତ୍ତ…
- ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ୧୬ରେ ବାତ୍ୟା…
- ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ‘ବାଗେଶ୍ୱର ବାବା’ଙ୍କ ମନ୍ତବ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ମଧ୍ୟପ୍ରଦେଶ ଜାତୀୟ ରାଜପଥରେ ଫସି ରହିଲେ ଶହ ଶହ ଲୋକ
- କାଳୀ ପୂଜା ମେଳାରେ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଉର୍ଦ୍ଧ୍ୱ ଦୋକାନ
- ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା; ୨୬ ମୃତ, ଅନେକ ଆହତ
Comments are closed.