Latest Odisha News

ଆସନ୍ତୁ ଜାଣିବା କାହିଁକି ଅଶ୍ୱୀନଙ୍କୁ କୁହାଯାଏ ସ୍ପିନ କିଙ୍ଗ

ଗାବା: ଭାରତର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ୩୮ ବର୍ଷୀୟ ଅଶ୍ୱୀନ ପୂର୍ବରୁ ଏ ସମ୍ପର୍କରେ କାହାକୁ ସୂଚନା ଦେଇ ନ ଥିଲେ । ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ଅଶ୍ୱୀନ ଏ ଭଳି କିଛି ସଫଳତା ହାସଲ କରିଛନ୍ତି ଯାହା ଫଳରେ ତାଙ୍କୁ ସ୍ପିନ କିଙ୍ଗ କୁହାଯାଏ । ଆସନ୍ତୁ ନଜର ପକାଇବା ଅଶ୍ୱୀନଙ୍କ କିଛି ରେକର୍ଡ ଉପରେ.. ।

ଭାରତ ପକ୍ଷରୁ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲ: ଅଶ୍ୱୀନ ଟେଷ୍ଟ କ୍ରିକେଟରେ ୱିକେଟ ହାସଲରେ ଓଭରାଲ ସପ୍ତମ ସ୍ଥାନରେ ରହିଛନ୍ତି । ଭାରତ ପକ୍ଷରୁ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଅନୀଲ କୁମ୍ବଲେ ସର୍ବାଧିକ ୬୧୯ ୱିକେଟ ନେଇଥିବା ବେଳେ ଅଶ୍ୱୀନ ୫୩୭ ୱିକେଟ ଅକ୍ତିଆର କରିଛନ୍ତି ।
ଭାରତ ପକ୍ଷରୁ ସର୍ବାଧିକ ଥର ୫ ୱିକେଟ: ଅଶ୍ୱୀନ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୩୭ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । କୁମ୍ବଲେ (୩୫) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଓଭରାଲ ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ(୬୭)ଙ୍କ ନାମରେ ଏହି ରେକର୍ଡ ରହିଛି ।

ଅଧିକ ଥର ପ୍ଲେୟାର ଅଫ ଦି ସିରିଜ ପୁରସ୍କାର: ଅଶ୍ୱୀନ ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ସେ ଓ ମୁରଲୀଧରନ ୧୧ ଥର ପ୍ଲେୟାର ଅଫ ଦି ସିରିଜ ହୋଇଛନ୍ତି ।
ଷ୍ଟ୍ରାଇକ ରେଟରେ ଆଗରେ: ଟେଷ୍ଟରେ ୨୦୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିଥିବା ସ୍ପିନ ବୋଲରଙ୍କ ମଧ୍ୟରେ ଅଶ୍ୱୀନଙ୍କ ଷ୍ଟ୍ରାଇକ ରେଟ ଆଗରେ ରହିଛି । ସେ ୫୦.୭ ରେଟରେ ୱିକେଟ ନେଇଛନ୍ତି ।
ଭାରତରେ କ୍ରମାଗତ ଭାବେ ଖେଳିଛନ୍ତି ମ୍ୟାଚ: ଅଶ୍ୱୀନ ୨୦୧୧ରେ ଆନ୍ତର୍ଜାତୀୟ କ୍ରିିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଭାରତରେ ୬୫ ମ୍ୟାଚ ଖେଳିଛନ୍ତି । ଅଶ୍ୱୀନ କୌଣସି ମ୍ୟାଚ ହାତଛଡା କରି ନାହାନ୍ତି ।

ଶତକ ଓ ୫ ୱିକେଟ ହାସଲରେ ଦ୍ୱିତୀୟ: ଅଶ୍ୱୀନ ୪ ଥର ଗୋଟିଏ ଟେଷ୍ଟରେ ଶତକ ହାସଲ କରିବା ସହ ୫ ୱିକେଟ ମଧ୍ୟ ନେଇଛନ୍ତି । ଏହି ରେକର୍ଡରେ କେବଳ ଇଂଲଣ୍ଡର ଇଆନ ବୋଥାମ (୫ଥର) ତାଙ୍କଠାରୁ ଆଗରେ ରହିଛନ୍ତି ।
ବାମହାତୀଙ୍କ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିଥିଲେ କାଳ: ଅଶ୍ୱୀନଙ୍କ ସ୍ପିନ ବୋଲିଂକୁ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ସାଜିଥାଏ । ସେ ୨୬୮ ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ରେକର୍ଡ କରିଛନ୍ତି ।

Leave A Reply

Your email address will not be published.