Latest Odisha News

୧୩ ବର୍ଷ ବୟସରେ ବାହା ହୋଇଥିଲେ ସରୋଜ ଖାନ, ଜାଣନ୍ତୁ କେମିତି ନିର୍ମଳାରୁ ହେଲେ ସରୋଜ ଖାନ

ମୁମ୍ବାଇ : ବଲିଉଡର ମାଷ୍ଟର ଜୀ । ସମସ୍ତଙ୍କ ପ୍ରିୟ କୋରିଓଗ୍ରାଫର । ତାଙ୍କ ଡ୍ୟାନ୍ସ ଷ୍ଟେପରେ ନାଚିବାକୁ ପସନ୍ଦ କରୁଥିଲେ ଅନେକ ସେଲିବ୍ରିଟି । ଶ୍ରୀଦେବୀଙ୍କ ପପୁଲାର ଗୀତ ହାୱା ହାୱାଇ ହଉ କି ମାଧୁରୀଙ୍କ ଧକ୍ ଧକ୍ କରେନା ଲଗା ସବୁଠି ଥିଲା ସରୋଜଙ୍କ ଯାଦୁ । ଆଜି ତାଙ୍କ ପରଲୋକରେ ତାଙ୍କୁ ଝୁରୁଛି ପୁରା ବଲିଉଡ ଇଣ୍ଡଷ୍ଟ୍ରି ।

ତେବେ ବଲିଉଡରେ ବେଶ୍ ଲୋକପ୍ରିୟ ଥିବା ଏହି କୋରିଓଗ୍ରାଫର ସରୋଜ ଖାନଙ୍କର ପ୍ରକୃତ ନାମ ଥିଲା ନିର୍ମଳା ନାଗପାଳ । ୧୯୪୮ ମସିହା ନଭେମ୍ବର ୨୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବାପା ଥିଲେ କିଶନଚାନ୍ଦ ସାଧୁ ସିଂହ ଓ ମାଆ ନୋନି ସାଧୁ ସିଂହ । ୧୯୪୭ ମସିହାରେ ବିଭାଜନ ବେଳେ ତାଙ୍କ ପରିବାର ପାକିସ୍ତାନରୁ ଭାରତକୁ ଆସିଥିଲେ । ମାତ୍ର ତିନି ବର୍ଷ ବୟସରେ ସେ ‘ନଜରାନା’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

୧୩ ବର୍ଷରେ ବାହା ହୋଇଥିଲେ ସରୋଜ

କୋରିଓଗ୍ରାଫର ସରୋଜ ନୃତ୍ୟ ଗୁରୁ ସୋହନ ଲାଲଙ୍କଠାରୁ ନୃତ୍ୟ ଶିିକ୍ଷା କରିଥିଲେ । କିନ୍ତୁ ଏ ହି ସମୟରେ ସେ ନିଜ ଗୁରୁଙ୍କର ନିକଟତର ହୋଇଯାଇଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ତାଙ୍କୁ ବିବାହ କରିଥିଲେ ଓ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେହି ସମୟରେ ସୋହନ ଲାଲଙ୍କୁ ୪୩ ବର୍ଷ ବୟସ ହୋଇଥିଲା । ସେ ବିବାହିତ ଓ ୪ଟି ପିଲାର ବାପା ଥିଲେ ବୋଲି ସରୋଜଙ୍କୁ ଜଣା ନ ଥିଲା ।

୧୪ ବର୍ଷ ବୟସରେ ସରୋଜ ମାଆ ହୋଇଥିଲେ । ତାଙ୍କ ପ୍ରଥମ ସନ୍ତାନ ହମିଦ ଖାନ ଜନ୍ମ ହୋଇଥିଲେ । ହମିଦ ଏବେ ବଲିଉଡରେ ରାଜୁ ଖାନ ନାମରେ ବେଶ୍ ଜଣାଶୁଣା । କିନ୍ତୁ ସେତେବେଳେ ସୋହନଲାଲ ରାଜୁଙ୍କୁ ପିତୃ ପରିଚୟ ଦେବାକୁ ମନା କରିଦେଇଥିଲେ । ଏହି ସମୟରେ ସେ ପୂର୍ବରୁ ବିବାହିତ ଥିବା ସରୋଜ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଦୁହଁଙ୍କ ଭିତରେ ମତାନ୍ତର ହେଲା । ୧୯୬୫ରେ ସରୋଜ ସୋହନଲାଲଙ୍କଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ତାଙ୍କ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ ।

ପରବର୍ତ୍ତୀ ସମୟରେ ସୋହନଲାଲଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ସେମାନେ ପୁଣି ଏକାଠି ହୋଇଥିଲେ । ସେତେବେଳେ ତାଙ୍କର ଆଉ ଜଣେ ଝିଅ ହିନା ଖାନ ଜନ୍ମ ହୋଇଥିଲେ । ପରେ ସୋହନଲାଲ ସରୋଜ ଓ ଦୁଇ ପିଲାଙ୍କୁ ଛାଡି ମାଡ୍ରାସ ଚାଲିଯାଇଥିଲେ ।

ସରୋଜ ସର୍ଦ୍ଦାର ରୋସନ ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ରୋସନ ଓ ସରୋଜଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା । ତାଙ୍କ ନାଁ ସୁକୈନ ଖାନ ଯେ କି ଏବେ ଦୁବାଇରେ ଏକ ଡ୍ୟାନ୍ସ ସ୍କୁଲ କରିଛନ୍ତି ।

Leave A Reply

Your email address will not be published.