ଭୁବନେଶ୍ୱର: ସୁନା ଦର ଲଗାତାର ବୃଦ୍ଧି ହେବା ଏବେ ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି। ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତେ ବାଧ୍ୟ। ହେଲେ ଏବେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ହେଉଛି। ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର କେତେ? କାରଣ ସୁନା ଦରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ଆପଣଙ୍କ ସହରରେ କେତେ ଅଛି ରେଟ, ଆସନ୍ତୁ ଜାଣିବା…
ଆସନ୍ତୁ ନଜର ପକାଇବା ଓଡିଶାରେ କେତେ ରହିଛି ସୁନା ଦର। ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଗ୍ରାମ ପ୍ରତି ୮ ହଜାର ୭୩୯ ଟଙ୍କା ରହିଛି। ୨୨ କ୍ୟାରେଟ ପ୍ରତି ଗ୍ରାମ ପିଛା ଦର ୮,୦୧୧ ଟଙ୍କା ରହିଛି, ୧୮ କ୍ୟାରେଟ ସୁନା ଗ୍ରାମ ପ୍ରତି ୬ହଜାର ୫୫୫ ଟଙ୍କା ରହିଛି। ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ରେଟ ୮୦, ୧୧୦ ଟଙ୍କା ରହିଛି । ସେହିଭଳି ୨୪ କ୍ୟାରେଟ ୧୦ ଗ୍ରାମ ସୁନା କିଣିଲେ ଆପଣଙ୍କୁ ୮୭, ୩୯୦ ଟଙ୍କା ଦେବାକୁ ପଡ଼ିବ ।
ଗତକାଲି ୨୨ କ୍ୟାରେଟ ସୁନା ଦାମ ୮୦, ୧୦୦ ଟଙ୍କା ପାଖାପାଖି ପହଞ୍ଚିଥିଲା। ୨୪ କ୍ୟାରେଟ ସୁନା ଦାମ ଦିଲ୍ଲୀ, ରାଜସ୍ଥାନ, ୟୁପିରେ ପ୍ରାୟ ୮୭ ହଜାର ଉପରେ କାରବାର ହେଉଛି। ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଏବଂ ଅନ୍ୟାନ୍ୟ ଦେୟ ମିଶି ନାହିଁ । ସଠିକ୍ ରେଟ ପାଇଁ ଆପଣଙ୍କର ସ୍ଥାନୀୟ ଅଳଙ୍କାର ସହିତ ଯୋଗାଯୋଗ କରନ୍ତୁ।
Comments are closed.