Latest Odisha News

BREAKING NEWS

ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍ ବିଷୟରେ କିଛି କଥା

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିମ ଅହମ୍ମଦାବାଦରେ ମୋଟେରା ଷ୍ଟାଡିୟମ୍ । ଏଠାରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ନୂଆ ମୋଟେରା ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ । ପୁରୁଣା ଷ୍ଟାଡିୟମର ନବୀକରଣ କରାଯାଇଛି । ଏକାଠି ୧ ଲକ୍ଷ ୧୦ ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ ।

ମୋଟେରାରେ ପୂର୍ବରୁ ଥିବା ଷ୍ଟାଡିୟମ୍‌କୁ ଭାଙ୍ଗି ଏହି ନୂତନ ଷ୍ଟାଡିୟମ୍‌ ନିର୍ମାଣ କରାଯାଇଛି । ୬୩ ଏକର ଜାଗାରେ ଠିଆ ହୋଇଛି ଷ୍ଟାଡିୟମ୍ । ଏହାର ପୁନଃ ନିର୍ମାଣ କାମରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୫ରେ ଆରମ୍ଭ ହୋଇଥିଲା ପୁନଃନିର୍ମାଣ କାର୍ଯ୍ୟ । ଗତବର୍ଷ ଶେଷ ହୋଇଥିଲା ।

ଷ୍ଟାଡିୟମ୍‌ରେ ରହିଛି ୭୬ଟି କର୍ପୋରେଟ୍‌ ବକ୍ସ । ଷ୍ଟାଡିୟମ୍‌ ପରିସରରେ ୩୦୦୦ କାର୍ ଓ ୧୦ହଜାର ଦୁଇ ଚକିଆ ଗାଡ଼ି ରହିପାରିବା ବ୍ୟବସ୍ଥା ରହିଛି । ପ୍ରବେଶ ପାଇଁ ୩ଟି ମୁଖ୍ୟ ଫାଟକ ରହିଛି । ଭାରତର ପ୍ରଥମ ଷ୍ଟାଡିୟମ୍‌ ଭାବେ ଏଠାରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି । ଷ୍ଟାଡିୟମ୍‌ର ସମସ୍ତ ଗ୍ୟାଲେରୀରେ ଖାଦ୍ୟ ଯୋଗାଇବା ପାଇଁ ରହିଛି ଫୁଡ୍‌ କୋର୍ଟ । ଦର୍ଶକଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଛି ।

ଷ୍ଟାଡିୟମ୍‌ ମଧ୍ୟରେ ଏକ କ୍ରିକେଟ୍‌ ଏକାଡେମୀ ଥିବା ବେଳେ ଅନ୍ୟ କିଛି ଖେଳ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଷ୍ଟାଡିୟମ୍‌ରେ କ୍ଲବ୍ ହାଉସ୍‌ରେ ୫୫ଟି କୋଠରୀ ରହିଛି । କ୍ଲବ୍ ହାଉସରେ ବି ଇନ୍‌ଡୋର ଓ ଆଉଟଡୋର କ୍ରୀଡ଼ା ପାଇଁ ସୁବିଧା ରହିଛି । ସେହିପରି ଦର୍ଶକଙ୍କ ସୁବିଧା ପାଇଁ ଷ୍ଟାଡିୟମ୍‌ ସମ୍ମୁଖରେ ରହିଛି ଏକ ମେଟ୍ରୋ ଷ୍ଟେସନ୍ ।

Leave A Reply

Your email address will not be published.