Latest Odisha News

BREAKING NEWS

ଶରୀରକୁ ସୁସ୍ଥ ରଖେ ପାନ ପତ୍ର

ପାନ ସମସ୍ତେ ଖାଇବାକୁ ଭଲପାଆନ୍ତି। ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ପାନ। ପାନକୁ ସର୍ବୋତ୍ତମ ମାଉଥ ଫ୍ରେସନର ଭାବରେ ବିବେଚନା କରାଯାଏ। ଅଧିକାଂଶ ସମୟରେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟରେ ପାନ ପତ୍ରର ପ୍ରୟୋଗ ହୁଏ। ଲୋକେ ଖାଦ୍ୟ ଖାଇବା ପରେ ପାନ ସେବନ କରନ୍ତି। କାରଣ ପାଟିକୁ ଦୁର୍ଗନ୍ଧରୁ ମୁକ୍ତି କରାଏ। ଏହାସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଆମର ପାଚନ ତନ୍ତ୍ର ସବୁ ବେଳେ ସୁସ୍ଥ ରହିଥାଏ । ପାନ ପତ୍ର ନା କେବଳ ଶୁଭ କାର୍ଯ୍ୟରେ ବ୍ୟବହାର ହୁଏ ବରଂ ଏହାର ବ୍ୟବହାର ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ତେବେ ଜାଣନ୍ତୁ ପାନ ପତ୍ରରେ କେଉଁ ସବୁ ରୋଗ ଦୂର ହୋଇଥାଏ…

କାଶରୁ ମୁକ୍ତି

ପାନ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବିୟଲ୍ ଗୁଣ ରହିଛି। ଯାହା ଆପଣଙ୍କର କାଶ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଛାତି ଜନିତ ସମସ୍ୟାକୁ ମଧ୍ୟ କମାଇଥାଏ।

ମଧୁମେହ ରୋଗୀଙ୍କ ପାଇଁ ଲାଭ

ପାନ ପତ୍ରରେ ଆଣ୍ଟି-ଡାଇବେଟିସ୍ ଗୁଣ ରହିଛି। ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ କୁହାଯାଇପାରେ। ଏହାକୁ ଖାଇବା ଦ୍ୱାରା ଆପଣ ନିଜ ଶରୀରରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣ କରିପାରିବେ। ଯଦି ଆପଣ ଟାଇପ୍-୨ ମଧୁମେହରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ପାନ ପତ୍ର ଖାଆନ୍ତୁ।

ପାଚନ ତନ୍ତ୍ରକୁ ସୁସ୍ଥ ରଖନ୍ତୁ
ପାନ ପତ୍ର ଖାଇବା ଦ୍ୱାରା ଆପଣଙ୍କ ହଜମଶକ୍ତି ବଢାଏ ଏବଂ ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ଯଦି ଆପଣ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ପାନ ପତ୍ର ଖାଆନ୍ତୁ।

ଭୋକ ବଢାଏ
ଯେଉଁମାନଙ୍କୁ ଆଦୌ ଭୋକ ଲାଗିନଥାଏ, ସେମାନେ ପାନ ପତ୍ର ଖାଇବା ଉଚିତ୍। ପାନ ଚୋବାଇବା ଦ୍ୱାରା ଭୋକ ବଢିଥାଏ।

ପାଟି ଘା’ରୁ ମୁକ୍ତି

ପାନ ପତ୍ର ଖାଇବା ଦ୍ୱାରା ପାଟି ଘା’ର ସମସ୍ୟା ମଧ୍ୟ ଦୂର ହୋଇପାରିବ। ଏଥିରେ ଥିବା ଜୀବାଣୁ ଗୁଣ ଆପଣଙ୍କ ପାଟିରେ ସଂକ୍ରମଣ ବିସ୍ତାରକୁ ରୋକିବାରେ ସାହାଯ୍ୟ କରିଥାଏ।

Leave A Reply

Your email address will not be published.