Latest Odisha News

BREAKING NEWS

ଶୀତ ଦିନେ ଶରୀର ଯତ୍ନ ନିଅନ୍ତୁ, ନଚେତ୍ ହୋଇପାରେ ଏହି ସବୁ ରୋଗ

ଆସୁଛି ଶୀତ ଋତୁ। ସେପ୍ଟେମ୍ବର ଶେଷ ଓ ପହିଲା ଅକ୍ଟୋବରରୁ ଶୀତ ଆରମ୍ଭ ହୋଇଯାଏ। ଲୋକେ ନିଆଁ ପୁଇଁବା ଆରମ୍ଭ କରିଦିଅନ୍ତି। ସକାଳୁ ସକାଳୁ ଗରମ ଗରମ ଅଦା ଚା ଏବଂ କଫି ପିଅନ୍ତି। ତେବେ ଏହି ଶୀତ ଦିନେ ଶୀତଳ ପବନ ମନକୁ ଯେତେ ଶାନ୍ତି ଦେଇଥାଏ, ଏଥିସହ ବିଭିନ୍ନ ରୋଗ ମଧ୍ୟ ଆଣିଥାଏ। ଶୀତ ଦିନେ ରୋଗ ସଂକ୍ରମଣ ବଢିଯାଏ । ଅନେକ ରୋଗର ଶିକାର ହୁଅନ୍ତି ଲୋକେ। ଆଜି ଆମେ ଆପଣଙ୍କୁ ଏପରି ରୋଗ ବିଷୟରେ କହିବୁ ଯାହା ଶୀତ ଦିନେ ଆରମ୍ଭ ହୁଏ।

ଥଣ୍ଡା ଜ୍ୱର
ଶୀତ ଋତୁ ଆସିବା ମାତ୍ରେ ଅନେକ ଲୋକଙ୍କ ମଧ୍ୟରେ ଥଣ୍ଡା ଏବଂ ଜ୍ୱରର ସମସ୍ୟା ଦେଖାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାଣିପାଗ ପରିବର୍ତ୍ତନ କିମ୍ବା ସଂକ୍ରମଣର ସଂସ୍ପର୍ଶରେ ଆସିବା ହେତୁ ଶିଶୁ ଏବଂ ବୟସ୍କମାନେ ଥଣ୍ଡା ଏବଂ ଜ୍ୱରରେ ଆକ୍ରାନ୍ତ ହୋଇପାରନ୍ତି। ଏହି ସମସ୍ୟାରେ ପୀଡିତ ଲୋକଙ୍କର ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, କାଶ ଏବଂ ନାକ ବନ୍ଦ ହେବା ଭଳି ସମସ୍ୟା ଦେଖାଯାଏ।

ଗଣ୍ଠି ଯନ୍ତ୍ରଣା
ଶୀତଦିନେ ଆପଣଙ୍କର ଗଣ୍ଠି ଯନ୍ତ୍ରଣା ମଧ୍ୟ ହୋଇପାରେ। ବିଶେଷକରି ଯେଉଁମାନଙ୍କର ଆର୍ଥ୍ରାଇଟିସ୍ ବା ଗଣ୍ଠି ବାତ ସମସ୍ୟା ଥାଏ, ସେମାନଙ୍କର ଶୀତ ଦିନେ ଏହି ଯନ୍ତ୍ରଣା ବହୁତ ବଢିଥାଏ। ଯଦି ଆପଣଙ୍କର ଆର୍ଥ୍ରାଇଟିସ୍ ସମସ୍ୟା ରହିଛି, ତେବେ ନିଜ ଶରୀରର ବିଶେଷ ଯତ୍ନ ନିଅନ୍ତୁ।

ଟନସିଲ୍
ଶୀତ ଋତୁରେ ଲୋକଙ୍କ ମଧ୍ୟରେ ଟନସିଲ ଭଳି ସମସ୍ୟା ଦେଖାଯାଏ। ଗଳାର ପଛ ଭାଗରେ ଦୁଇଟି ଓଭାଲ୍ ଆକୃତିର ଟିସୁ ପ୍ୟାଡ୍ ଫୁଲିଯିବା ଦ୍ୱାରା ଟନସିଲ୍ ହୁଏ। ଟନସିଲ ହେଲେ ଗଳାରେ ଜଳାପୋଡା ଏବଂ ଯନ୍ତ୍ରଣା ସୃଷ୍ଟି କରେ। ଖାଇବା, ପିଇବାରେ ବହୁତ ଅସୁବିଧା ଉପୁଜେ।

ବ୍ରୋଙ୍କାଇଟିସ୍

ଅତ୍ୟଧିକ ଥଣ୍ଡା ଯୋଗୁଁ ଛୋଟ ପିଲାଙ୍କର ଫୁସଫୁସ ସଂକ୍ରମଣ ହୋଇପାରେ। ଏହା ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି। ଏହି ସମସ୍ୟା ହେତୁ ଫୁସଫୁସର କ୍ଷୁଦ୍ର ଶ୍ୱାସ ନଳୀରେ ବଲଗମ ସୃଷ୍ଟି ହେବାକୁ ଲାଗେ। ଯେଉଁଥିପାଇଁ ପିଲାମାନେ ବହୁତ ଯନ୍ତ୍ରଣା ଅନୁଭବ କରନ୍ତି।

କାନ ସଂକ୍ରମଣ

ଥଣ୍ଡା ବୃଦ୍ଧି ହେଲେ କାନ ସଂକ୍ରମଣ ହେବାର ଆଶଙ୍କା ଥାଏ। ଏହି ଅବସ୍ଥାରେ କାନ ଭିତରେ ପ୍ରବଳ ଯନ୍ତ୍ରଣା ହୁଏ। ଏହା ସହିତ କାନରେ କୁଣ୍ଡେଇ ହେବା ଏବଂ କାନ ବନ୍ଦ ହେଲା ଭଳି ଲାଗେ।

Leave A Reply

Your email address will not be published.