Latest Odisha News

BREAKING NEWS

ଭାରତର ଏହି ସୁପରଷ୍ଟାର ୩୬୯ଟି କାର୍‌ର ମାଲିକ !

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ସେଠିକାର ସୁପରଷ୍ଟାରଙ୍କର ରହିଛି ଅଦ୍ଭୁତ ଫ୍ୟାନ ଫଲୋଇଙ୍ଗ । ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନଙ୍କ ଭଳି ଅଭିିନେତାଙ୍କର ଫ୍ୟାନ୍ ଫଲୋଇଙ୍ଗକୁ ଆକଳନ କରିବା ଆଦୌ ସମ୍ଭବ ନୁହେଁ । ତେବେ ଏହି ତାଲିକାରେ ଅଭିନେତା ମାମୁଟ୍ଟି ବି ସାମିଲ ଅଛନ୍ତି । ବୟସ ୬୯ ଛୁଇଁଥିଲେ ବି ତାଙ୍କ କ୍ରେଜ କିଛି କମ୍ ନାହିଁ ।

୧୯୫୧ରେ କେରଳର ଏକ କୃଷକ ପରିବାରରେ ମାମୁଟ୍ଟି ଜନ୍ମଗ୍ରହଣ କରିଥିଲେ । ଏହି ଅଭିନେତାଙ୍କର ଷ୍ଟେଜ୍ ନାଁ ମାମୁଟ୍ଟି ଥିବାବେଳେ ତାଙ୍କ ପ୍ରକୃତ ନାଁ ମହମ୍ମଦ କୁଟ୍ଟି ପାନପରମବିଲ ଇସ୍ମାଇଲ ବୋଲି ଅନେକଙ୍କୁ ଅଜଣା ।

ପିଲାଟିଦିନୁ କାର ପ୍ରତି ମାମୁଟ୍ଟିଙ୍କର ଯଥେଷ୍ଟ ଦୁର୍ବଳତା ରହିଛି । ଏହି ଅଭିନେତା ନିଜ ଗ୍ୟାରେଜରେ ଏତେ ସଂଖ୍ୟକ କାର ରଖିଛନ୍ତି ଯେ, ବର୍ଷର ୩୬୫ଦିନରେ ପ୍ରତ୍ୟେକ ଦିନ ଗୋଟିଏ ଗାଡି ଚଢିଲେ ବି ତାଙ୍କ ଗ୍ୟାରେଜରେ ଆହୁରି ଗାଡି ବଳକା ପଡିଥାଏ ।

୧୦୦ କି ୨୦୦ ନୁହେଁ । ନିଜ ଗ୍ୟାରେଜରେ ମାମୁଟ୍ଟି ୩୬୯ଟି କାର ସାଇତି ରଖିଛନ୍ତି । ଖାସ୍ କରି ମଲୟାଲମ ଓ ତାମିଲ ଫିଲ୍ମରେ ଅଭିନୟ କରୁଥିବା ମାମୁଟ୍ଟି ଖୋଦ ନିଜେ ଗାଡି ଚଳାଇବାକୁ ପସନ୍ଦ କରନ୍ତି । ତେବେ ତାଙ୍କ ଗ୍ୟାରେଜରେ କେବଳ ଇମ୍ପୋର୍ଟେଡ ନୁହଁ ବରଂ ସବୁଠୁ ଶସ୍ତା ଗାଡି ମଧ୍ୟ ସ୍ଥାନ ପାଇଛି ।

ନିଜ ଜୀବନର ପ୍ରଥମ ଗାଡି ଭାବେ ସେ ମାରୁତି କାର କିଣିଥିଲେ । ସେହିଭଳି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ପ୍ରଥମେ ଅଡି କାର୍ କିଣିଥିଲେ । ତାଙ୍କ କଲେକ୍ସନରେ ଫେରାରୀ, ମର୍ସିଡିଜ୍‌, ଅଡି, ମିନି କୁପର୍‌, ବିଏମ୍‌ଡବ୍ଲୁ, ଟୟୋଟା ଓ ଅନେକ ଗାଡି ଏବେ ବି ଧାଡି ବାନ୍ଧି ଛିଡାହୋଇଛି । ତେବେ ମାମୁଟ୍ଟିଙ୍କ ସଉକ ଏତିକିରେ ଥମିନି । ସେ ଯେକୌଣସି ଗାଡି କିଣନ୍ତୁ ନା କାହିଁକି । ଗୋଟିଏ ମଡେଲର ଉଭୟ ପେଟ୍ରୋଲ୍ ଓ ଡିଜେଲ ଭର୍ସନର କାର କିଣିବାକୁ ସେ ଭୁଲନ୍ତି ନାହିଁ ।

Leave A Reply

Your email address will not be published.