Latest Odisha News

BREAKING NEWS

ମାଲକାନଗିରି ଗସ୍ତରେ ଓଡିଶା ଡିଜିପି

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ରବିବାର ଦିନ ମାଲକାନଗିରି ଗସ୍ତ କରିବା ସହ ମାଓ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ ଗୋରାସେତୁରେ ନିର୍ମିତ ନୂଆ ବିଏସଏଫ କ୍ୟାମ୍ପକୁ ଯିବା ସହ ବିଏସଏଫ୍ ଯବାନ ଓ ଏସଓଜି କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।

ଏଥିସହିତ ସେ ସ୍ଥାନୀୟ ବାସିନ୍ଦାଙ୍କୁ ପୋଷାକ, କମ୍ବଳ, ସ୍କୁଲ ବ୍ୟାଗ୍ ଓ ଯୁନିଫର୍ମ ଆଦି ବଣ୍ଟନ କରିଛନ୍ତି । ଆହୁରି ମଧ ଅଭୟ ଦଳିତ ଲୋକମାନଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ବ୍ୟବସ୍ଥା ସ୍ୱାଭିମାନ ଅଞ୍ଚଳରେ ତ୍ୱରାନ୍ୱିତ ହେବ ବୋଲି ପ୍ରକାଶ କରିଛନ୍ତି ।

ତାଙ୍କ ସହ ଡାଇରେକ୍ଟର ଇନଣ୍ଟେଲିଜେନ୍ସ ଆରକେ ଶର୍ମା, ଆଇଜି (ଅପରେସନ୍‌) ଅମିତାଭ ଠାକୁର, ବିଏସଏଫ୍ ଆଇଜି ଏମଏସ୍ ଶର୍ମା ଓ ଡିଆଇଜି (ଦକ୍ଷିଣ-ପଶ୍ଚିମ) ରେଞ୍ଜ ଶାଫିନ୍ ଅହମ୍ମଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.