କଟକ: କଟକରେ ୩୨ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୧୪୬ରେ ପହଞ୍ଚିଛି।
ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ।
ପ୍ରଶାସନର ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୦ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ବଡମ୍ବା ଅଞ୍ଚଳରୁ ୧୪, ନିଆଳିରୁ ୬, କଣ୍ଟପଡାରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୩୦୫ଟି ସକ୍ରିୟ ମାମଲା ରହିଥିବା ବେଳେ ୮୩୦ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୮ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।
Comments are closed.