Latest Odisha News

BREAKING NEWS

ଲ୍ୟାବରେ କିପରି ପ୍ରସ୍ତୁତ ହୁଏ ହୀରା ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ : ଅଳଙ୍କାର ପ୍ରତି ସମସ୍ତଙ୍କର ଅହେତୁକ ଆଗ୍ରହ ରହିଛି । ବିଶେଷ କରି ମହିଳାମାନେ ଅଳଙ୍କାରରେ ସଜ୍ଜିତ ହେବାକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ସୁନା, ରୂପା ଦର ବୃଦ୍ଧି ସମସ୍ତଙ୍କୁ ଝଟ୍‌କା ଲାଗିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି । ଯେଉଁଥିରେ ଅନେକ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ବେଳେ ଅନେକ ସାମଗ୍ରୀର ଦର ହ୍ରାସ ହୋଇଛି ।

ଏହା ସହିତ ସେ ଲ୍ୟାବରେ ତିଆରି ହୀରା ଉପରେ ମଧ୍ୟ ଏକ ବଡ଼ ଘୋଷଣା କରିଥିଲେ । ସେ କହିଛନ୍ତି ଯେ, ଲ୍ୟାବରେ ତିଆରି ହୀରା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଆଇଆଇଟି ମାନଙ୍କୁ ଅନୁଦାନ ପ୍ରଦାନ କରିବେ। କାରଣ ପ୍ରାକୃତିକ ହୀରା ଅପେକ୍ଷା ଲ୍ୟାବ ନିର୍ମିତ ହୀରାର ବଜାରରେ ବୃଦ୍ଧି ପାଉଛି । ଏହି ଶିଳ୍ପକୁ ବଞ୍ଚାଇବାପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ଆବଶ୍ୟକ ଏଥିପାଇଁ ଉତ୍ପାଦନ ଲ୍ୟାବ ନିର୍ମାଣ ହେବ । ସେଥିପାଇଁ ନିର୍ମଳା ସୀତାରମଣ ଆଇଆଇଟିକୁ ଅନୁଦାନ ଦେବାକୁ ଘୋଷଣା କରିଛନ୍ତି। ଯଦି ଆଇଆଇଟି ଏକ ସ୍ୱଦେଶୀ ଲ୍ୟାବ ନିର୍ମାଣ କରେ, ତେବେ ଏହା ହୀରା ଶିଳ୍ପ ପାଇଁ ବହୁତ ଲାଭଦାୟକ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ସମସ୍ତେ ସୁନାର ବ୍ୟବହାର ଓ ପ୍ରସ୍ତୁତି ଜାଣିଥିବା ବେଳେ  ହୀରାର ପ୍ରସ୍ତୁତି ସମ୍ପର୍କରେ ଅନେକଙ୍କୁ ଜଣାନଥାଏ । ତେବେ ହୀରାକୁ ଖଣିରୁ ଆଣିବା ପରେ ତାକୁ ଅଳଙ୍କାରର ରୂପ କିପରି ଦିଆଯାଏ ? ସେ ବିଷୟରେ ଆସନ୍ତୁ ଜାଣିବା…

ଲ୍ୟାବରେ ନିର୍ମାଣ କରା ଯାଉଥିବା ହୀରା ଦେଖିବାକୁ ପ୍ରାକୃତିକ ହୀରା ପରି । ଯଦି ଏହାକୁ ନିଆଁରେ ପୋଡି ଦିଆଯାଏ, ତେବେ ଏହା କାର୍ବନ ଡାଇଅକ୍ସାଇଡରେ ପରିଣତ ହୋଇଯିବ  । ଯେତେବେଳେ କାର୍ବନର କିଛି ଅଣୁ ସହ ଏହାକୁ ଯୋଡ଼ା ଯାଏ ତାହା ପୁଣି ହୀରାରେ ପରିଣତ ହୋଇଯାଏ । ହୀରାକୁ ପ୍ରସ୍ତୁତ କରିବାକୁ ଉଚ୍ଚ ତାପମାନର ଆବଶ୍ୟକ ରହିଥାଏ ।

ତେବେ କୋଇଲା ଯେମିତି ହୀରାରେ ବଦଳି ଯାଏ କିମ୍ବା କୋଇଲାକୁ ହୀରାରେ ପରିଣତ କରାଯାଇଥାଏ ଠିକ୍ ସେହିପରି ଅଳଙ୍କାରରେ ହୀରାକୁ ପରିଣତ କରାଯାଏ । ବାସ୍ତବରେ ହୀରା ହେଉଛି କାର୍ବନ ଡାଇଅକ୍ସାଇଡର ଏକ ଅଣୁ । ଯାହା ଏକାଠି ସଂଯୋଗ ହୋଇଥାଏ । ଉଦାହରଣ ସ୍ୱରୂପ ହୀରା ପ୍ରସ୍ତୁତ କରିବା ବେଳେ କାର୍ବନ ଅତ୍ୟଧିକ ଉଚ୍ଚ ଚାପରେ ରହିଥାଏ । ଫଳରେ ତାପମାତ୍ରା ଯୋଗୁଁ ଅଣୁ ଏକତ୍ରିତ ହୋଇଯାଇଥାଏ । ତେବେ ଏହିପରି ଭାବେ ଲ୍ୟାବରେ ହୀରାକୁ ପ୍ରସ୍ତୁତ କରାଯାଇଥାଏ ।

 

Leave A Reply

Your email address will not be published.