Latest Odisha News

BREAKING NEWS

କେତେ କୋଟିର ମାଲିକାଣୀ ପ୍ରିୟଙ୍କା ଗାନ୍ଧି? 

ୱାୟନାଡ: କଂଗ୍ରେସ ନେତା ତଥା ପୂର୍ବ ସାଂସଦ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଆଗାମୀ ଲୋକସଭା ଉପନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେରଳ ୱାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା। ନାମାଙ୍କନ ଭରିବା ସହିତ ନିଜର ଅଚଳାଚଳ ସମ୍ପତ୍ତିର ତଥ୍ୟ ପୈଠ କରିଛନ୍ତି ପ୍ରିୟଙ୍କା।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୩-୨୪ ଇନକମ୍ ଟ୍ୟାକ୍ସ ରିଟର୍ନ ଅନୁଯାୟୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଖରେ ସ୍ଥାବର ଅସ୍ଥାବର ୪୬.୩୯ ଲକ୍ଷ ସମ୍ପତି ରହିଛି। ତାଙ୍କ ସ୍ଵାମୀ ରବର୍ଟ ଭଦ୍ରାଙ୍କ ନାଁରେ ୧୫ ଲକ୍ଷ ଟଙ୍କାର ସମ୍ପତି ରହିଛି। ସେହିପରି ନିର୍ବାଚନୀ ତଥ୍ୟ ଅନୁଯାୟୀ, ପ୍ରିୟଙ୍କାଙ୍କ ପାଖରେ ମୋଟ ୪ କୋଟି ୨୪ ଲକ୍ଷ ୭୮ ହଜାର ୬୮୯ ର ଚଳ ସମ୍ପତି ରହିଥିବା ବେଳେ ୧୩ କୋଟି ୮୯ ଲକ୍ଷ ୯୨ ହଜାର ୫୧୫ ଟଙ୍କାର ଅଚଳ ସମ୍ପତି ରହିଛି। ତେବେ ପ୍ରିୟଙ୍କାଙ୍କ ନାଁରେ ୧୫ ଲକ୍ଷ ୭୫ ହଜାର ଟଙ୍କାର କରଜ ବି ରହିଛି। ମ୍ୟୁଚାଲ ଫଣ୍ଡରେ ୨ କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି ପ୍ରିୟଙ୍କା। ତାଙ୍କ ପକରେ ୩ତ ବ୍ୟାଙ୍କ ଆକାଉଣ୍ଟ, ଯେଉଁଥିରେ ୩ ଲକ୍ଷରୁ ଅଧିକ ଜମା ଟଙ୍କା ରହିଛି। ୩୦ ସେପ୍ଟେମ୍ୱର ସୁଦ୍ଧା ତାଙ୍କ ପାଖରେ ୫୨ ହଜାର ନଗଦ ଟଙ୍କା ରହିଛି। ପିପିଏଫ୍ ଆକାଉଣ୍ଟରେ ୧୭ଲକ୍ଷ ୩୮ ହଜାର ୨୬୫ ଟଙ୍କା ରହିଛି।

ଏଥିସହିତ ୫୯.୮୩ କିଲୋର ଚାନ୍ଦି ଗହଣା, ୪.୪୧ କିଲୋର ସୁନା ଏବଂ ହୀରାର ଗହଣା ରହିଛି। ୮ ଲକ୍ଷ ଟଙ୍କାର କାର୍ ସମେତ ୨କୋଟିରୁ ଅଧିକ ମୂଲ୍ୟର ଚାଷ ଜମି, ୧ କୋଟି ମୂଲ୍ୟର ଘର ମଧ୍ୟ ରହିଛି।

Comments are closed.