Latest Odisha News

BREAKING NEWS

ମଇଁଷି ଜୀବନ ବଞ୍ଚାଇବା ଲାଗି ୩ ଲକ୍ଷ ଟଙ୍କା ଯୋଗାଡ କଲେ ପଶୁପ୍ରେମୀ !

ବେଜିଂ: ଚାଇନାରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ମଣିଷର ଦୁଇଟି ରୂପକୁ ପଦାରେ ପକାଇଛି । ଗୋଟିଏ ପଟେ କିଭଳି ଟଙ୍କା ଲୋଭରେ ଗର୍ଭବତୀ ନୀରିହ ମଇଁଷିକୁ ମାରିବା ପାଇଁ କେତେଜଣ ପ୍ରସ୍ତୁତି ଚଳାଉଥିବା ବେଳେ ଅନ୍ୟ ପଟେ ପଶୁପ୍ରେମୀମାନେ ୩ଲକ୍ଷ ଟଙ୍କା ଯୋଗାଡ କରି ଏହାକୁ ବଂଚାଇଛନ୍ତି । ନିର୍ଦ୍ଦୟୀ, ଲୋଭୀଙ୍କୁ ସହଜରେ ହରାଇ ପାରିଛନ୍ତି ଦୟାଳୁ ଓ ମାନବିକତା ରଖିଥିବା କିଛି ବ୍ୟକ୍ତି ।

ଦକ୍ଷିଣ ଚୀନର ଏକ କଂସେଇ ଖାନାରେ ଗୋଟିଏ ଗର୍ଭବତୀ ମଇଁଷିକୁ ଏହାର ମାଲିକ ବିକି ଦେଇଥିଲା । କଂସେଇଖାନାର ବ୍ୟକ୍ତିମାନେ ମଇଁଷିକୁ ନେବା ପାଇଁ ଆସିଥିଲେ । ହେଲେ ନୀରୀହ ପ୍ରାଣୀଟି ଗୋଡଭାଇ ତଳେ ବସି ନ ଯିବା ପାଇଁ ବିକଳ ହୋଇଥିଲା ।

ତା’ପେଟରେ ବଢ଼ୁଥିବା ଛୁଆକୁ ସେ ବଂଚାଇବାକୁ ଚାହୁଁଥିଲା । ସେଥିପାଇଁ ବୋଧେ ସେ ନିଜେ ବଂଚିବାକୁ ଚାହୁଁଥିଲା । କଂସେଇଖାନାର ଓ ମଇଁଷି ମଧ୍ୟରେ ଚାଲିଥିବା ଭିଡା ଓଟରାର ଭିଡିଓ ଜଣେ କିଏ ଉଠାଇ ସୋସିଆଲ ନେଟୱର୍କିଂ ସାଇଟରେ ଛାଡି ଦେଇଥିଲା ।

ଏହି ଭିଡିଓ ଦେଖି ପଶୁପ୍ରେମୀ କେତେକ ମାନବିକତା ରଖିଥିବା ବ୍ୟକ୍ତି ଅର୍ଥ ଯୋଗାଡ କରିବା ଆରମ୍ଭ କରି ଦେଇଥିଲେ । ସଙ୍ଗେ ସଙ୍ଗେ ସେମାନେ ଆବଶ୍ୟକ ଅର୍ଥ ଯୋଗାଡ କରି କଂସେଇଖାନା ଲୋକଙ୍କଠାରୁ ମଇଁଷିଟିକୁ ଅଧିକ ଦରରେ କିଣି ନେଇଥିଲା । ଏହା ପରେ ସେମାନେ ଏହାକୁ ଏକ ବୌଦ୍ଧ ମନ୍ଦିରକୁ ଦାନ କରିବା ସହ ରକ୍ଷଣା ବେକ୍ଷଣା ପାଇଁ ଆବଶ୍ୟକ ଅର୍ଥ ଆଗୁଅ ଦେଇ ଦେଇଥିଲେ । ସମ୍ପୂର୍ଣ୍ଣ ଘଟଣା ୨ଟି ଭିଡିଓରେ ରହିଛି । ଗୋଟେ ଭିଡିଓରେ ନିର୍ଦ୍ଦୟୀ, ଲୋଭୀ ଚରିତ୍ର ରଖିଥିବା ମଣିଷ ଓ ଅନ୍ୟଟିରେ ଦୟାଳୁ ବ୍ୟକ୍ତିଙ୍କ ମାନବିକତା ଉଜାଗର କରିଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି ।

Leave A Reply

Your email address will not be published.