Latest Odisha News

BREAKING NEWS

କନୌଜରେ ମର୍ମନ୍ତୁଦ ଦୁର୍ଘଟଣା; ଜଳିଗଲା ୫୦ ଯାତ୍ରୀ ବିଶିଷ୍ଟ ଚଳନ୍ତା ବସ୍, ଅନେକ ଯାତ୍ରୀ ମୃତାହତ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାଗ୍ରସ୍ତ ବସରୁ ୨୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିଛି । ଏହି ଦୁର୍ଘଟଣାରେ ଅଧିକ ଯାତ୍ରୀ ମୃତାହତ ହୋଇଥିବାର ଉତ୍ତର ପ୍ରଦେଶ ପୋଲିସ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସଟି ଜୟପୁରକୁ ଯାଉଥିବାର ସୂଚନା ମିଳିଛି ।

ସମସ୍ତ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.