Latest Odisha News

BREAKING NEWS

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅନ୍ତିମ କାର୍ଯ୍ୟଦିବସ; ସେ ଦେଇଥିବା କେତେକ ଐତିହାସିକ ରାୟ ସମ୍ପର୍କରେ ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ନ୍ୟାୟାଧିଶ ରଞ୍ଜନ ଗୋଗୋଇଙ୍କର ଆଜି ହେଉଛି ନ୍ୟାୟାଳୟରେ ଅନ୍ତିମ କାର୍ଯ୍ୟଦିବସ । ସେ ଆସନ୍ତା ୧୭ ତାରିଖରେ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ମାତ୍ର ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ଅନେକ ଐତିହାସିକ ରାୟ ଶୁଣାଣି କରି ସମଗ୍ର ଦେଶରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଛନ୍ତି ।

ଜଷ୍ଟିସ୍ ରଞ୍ଜନ ଗୋଗୋଇ ହେଉଛନ୍ତି ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି । ସେ ଦେଶର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ୩ ଅକ୍ଟୋବର ୨୦୧୮ରେ ଶପଥ ଗ୍ରହଣ କରି ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ୨୦୧୯ ନଭେମ୍ବର ୧୫ ତାରିଖ ହେଉଛି ତାଙ୍କର ଶେଷ କାର୍ଯ୍ୟଦିବସ ।

ଆସାମର ଦିବ୍ରୁଗଡ଼ଠାରେ ରଞ୍ଜନ ଗୋଗୋଇ ୧୮ ନଭେମ୍ବର ୧୯୫୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କେଶବ ଚନ୍ଦ୍ର ଗୋଗୋଇ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ତଥା ସେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ଆସାମର ଡ଼ନ୍ ବୋସ୍କୋ ସ୍କୁଲରୁ ମ୍ୟାଟ୍ରିକ୍ ପାଶ କରିବା ପରେ ସେ ଦିଲ୍ଲୀରେ ପ୍ରି-ୟୁନିଭର୍ସିଟି ପାଠ୍ୟକ୍ରମରେ ଅଧ୍ୟୟନ କରିଥିଲେ । ସେ ଦିଲ୍ଲୀର ସେଣ୍ଟ୍ ଷ୍ଟିଫେନ୍ସ କଲେଜରୁ ଇତିହାସରେ ବିଏ ପାଶ କରିବା ପରେ ଦିଲ୍ଲୀ ୟୁନିଭର୍ସିଟିରେ ଅଧ୍ୟୟନ କରିଥିଲେ । ସେଠାରେ ସେ ଆଇନରେ ଡ଼ିଗ୍ରୀ ହାସଲ କରିଥିଲେ ।

ନ୍ୟାୟାଧିଶ ରଞ୍ଜନ ଗୋଗୋଇ ଭାରତୀୟ ଇତିହାସରେ ସବୁଦିନ ଯାଏଁ ମନେ ରହିବେ । କାରଣ ସେ ଭାରତୀୟ ଇତିହାସର ସବୁଠାରୁ ଜଟିଳ ତଥା ବିବାଦୀୟ ରାମଜନ୍ମଭୂମୀ-ବାବ୍ରୀ ମସଜିଦ ପରି ମାମଲାର ସଫଳତାର ସହିତ ବିଚାର କରି ଏହାର ଶୁଣାଣି କରିଥିଲେ । ସେ ଏହି ରାୟ ପ୍ରକାଶ କରିବା ଦ୍ୱାରା ଭାରତୀୟ ଇତିହାସର ସବୁଠାରୁ ବିବାଦୀୟ ମାମଲାର ଅନ୍ତ ଘଟାଇ ଇତିହାସ ସୃଷ୍ଟି କରିପାରିଛନ୍ତି ।

ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି ଯଥାକ୍ରମେ:

• ଅଯୋଧ୍ୟାର ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲା
• ମୁଖ୍ୟବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସରଭୁକ୍ତ କରିବା
• ବହୁ ଚର୍ଚ୍ଚିତ ରାଫେଲ୍ ଚୁକ୍ତି
• କେରଳର ସାବରିମାଳା ମନ୍ଦିର ମଧ୍ୟକୁ ମହିଳା ପ୍ରବେଶ କରିବା
• ସରକାରୀ ବିଜ୍ଞାପନରେ ନେତାଙ୍କ ଫଟୋ ପ୍ରକାଶିତ କରିବା ନେଇ ରୋକ୍
• ଏନଆରସି ପ୍ରସଙ୍ଗ
• ଋାହୁଲ ଗାନ୍ଧୀଙ୍କ ଉପରେ ଥିବା ମାନହାନୀ ମାମଲା

ସବୁଠାରୁ ବଡ଼କଥା ହେଲା ଭାରତର ଏହି ଗୁରୁତ୍ୱପୂଣ୍ଣ ପଦବୀ ରହିଥିବା ବେଳେ ନ୍ୟାୟାଧିଶ ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋଟର ଜଣେ ପୂର୍ବତନ ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ତେବେ ଏତେସବୁ ତାଙ୍କ ଉପରେ ଅଯଥା ବିବାଦ ଆସିଥିଲେ ମଧ୍ୟ ସେ ତିଳେହେଲେ ବିଚଳିତ ନହୋଇ ଅଦାଲତର ସମ୍ମୁଖୀନ ହୋଇଥିଲେ । ଏହି ବିବାଦୀୟ ମାମଲାରେ ତାଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା । ସେ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଥିଲେ ।

Leave A Reply

Your email address will not be published.