Latest Odisha News

BREAKING NEWS

ଡିସେମ୍ବର ୧ରୁ ପୁଣି କଡାକଡି ହେବ ଟ୍ରାଫିକ ନିୟମ: ମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ଡିସେମ୍ବର ୧ରୁ ପୂର୍ବପରି ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଆଉ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜୋରିମାନା ମଧ୍ୟ ଆଦାୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପୁଣି ସାଧାରଣ ଗାଡ଼ି ଚାଳକଙ୍କ ପାଇଁ ବଢିଲା ଚିନ୍ତା । ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ ।

ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ଏହା ପାଳନ କରାଯାଉଥିଲା । କିନ୍ତୁ ମାତ୍ରାଧିକ ଅର୍ଥଦଣ୍ଡ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଗଜପତ୍ର ପ୍ରସ୍ତୁତ ପାଇଁ ୩ମାସ ହଏଁ ଏହି ନିୟମକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଟ୍ରାଫିକ ନିୟମ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସର ଅବଧି ଶେଷ ହେବାପରେ ପୁଣି ଡିସେମ୍ବର ୧ତାରିଖରୁ ନିୟମକୁ କଡାକଡି ଭାବେ ପାଳନ କରାଯିବା ସହ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.