ଭୁବନେଶ୍ୱର: କଳା, ସଂସ୍କୃତିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା। ଏହାର ପ୍ରତିଟି କୋଣ ଅନୁକୋଣରେ ଭାରି ରହିଛି ଲୋକକଳାର ନିଚ୍ଛକ ନିଦର୍ଶନ। ଏହାର ଗୋଡିମାଟିରେ ବି ଲେଖା ଅନେକ କାହାଣୀ। ପ୍ରତିଟି ଦିଗବଳୟରୁ ଛୁଟି ଆସେ ଅନେକ ରହସ୍ୟର ଆଭାସ। ଏହାର ପ୍ରତିଟି କଥାରେ ଭରି ରହିଥାଏ ଅନେକ ନଥା।
ସେହିଭଳି ଏକ ଗ୍ରାମ ହେଉଛି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ପଞ୍ଚାୟତ ସମିତି ଅଧୀନରେ ଥିବା କଳାବୁଦା ଗାଁ। କାହିଁକି ହୋଇଛି ଏହି ଗାଁର ଏପରି ନାମ କରଣ? କଣ ରହିଛି ଏହା ପଛର କାରଣ, ଆସନ୍ତୁ ଜଣିବା।
କେନ୍ଦ୍ରାପଡା ଜିଲ୍ଲାର କଳାବୁଦା ଗାଁ। କଳାବୁଦା ବା କଳାରେ ପରିପୂର୍ଣ୍ଣ ଥିବା ଏକ ଅଞ୍ଚଳ। ଗ୍ରାମରେ ପୂର୍ବ କାଳରେ ବହୁତ କାରିଗର ଓ କଳାରେ ନିପୁଣ ଲୋକ ରହୁଥିବାରୁ, ଗ୍ରାମର ନାମକରଣ ଏହିଭଳି ହୋଇଛି ବୋଲି ବିଶ୍ୱାସ କରାଯାଏ ।
ମାହଳରେ ଥିବା ଜଗନ୍ନାଥ ମନ୍ଦିରର ସ୍ୱର୍ଗଦ୍ୱାର ରୂପେ ଏହି ଗାଁରେ ଥିବା ଶ୍ମଶାନକୁ ଧରିନିଆଯାଇଛି ।
ଗାଁର ପୂର୍ବ ଦିଗରେ ଏକ ଶିବ ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତୀତ ଏଠାରେ ଜଗନ୍ନାଥ ମନ୍ଦିର, ଶନି ମନ୍ଦିର, ସୂର୍ଯ୍ୟ ମନ୍ଦିର ଅଛି । ଗ୍ରାମର ମଝିରେ ମା ମଙ୍ଗଳା ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି । ଏହି ଗ୍ରାମରେ ଦୁଇଟି ଆଶ୍ରମ (କହ୍ନେଇ ଗୋସାଇଁ ଏବଂ ଦଧିଚି ମୁନି) ଅଛି ।
Comments are closed.