Latest Odisha News

BREAKING NEWS

ଜନ୍ମଦିନ ବିଶେଷ: ପ୍ରତ୍ୟେକଙ୍କୁ ପ୍ରେରଣା ଦିଏ ରତନ ଟାଟା ଓ ଧିରୁଭାଇ ଅମ୍ବାନୀଙ୍କ ସଫଳ କାହାଣୀ…

ଯେବେବି କୌଣସି ବଡ଼ ବିଜିନେସ କରୁଥିବା ଲୋକଙ୍କ କଥା ଉଠେ ସବୁଠୁ ପ୍ରଥମେ ନାଁ ଆସେ ଧିରୁଭାଇ ଅମ୍ବାନୀ ଓ ରତନ ଟାଟା | ଆଜି ହେଉଛି ପ୍ରମୁଖ ବିଜିନେସ ମ୍ୟାନ ରତନ ଟାଟା ଙ୍କ ୮୨ତମ ଜନ୍ମଦିନ | ଟାଟା କମ୍ପାନୀ ସମୂହ ଦେଶର ହେଉଛନ୍ତି ଦ୍ୱିତୀୟ ସବୁଠୁ ବଡ଼ ବିନିନେସ ଗୃପ | ଟାଟା କୁ ଏତେ ପର୍ଯ୍ୟନ୍ତ ପହଞ୍ଚିଥିବା ଶ୍ରେୟ କେବଳ ରତନ ଟାଟା ଙ୍କ ପାଇଁ | ସଂଯୋଗ ବଶତଃ ଆଜି ମଧ୍ୟ ଦେଶର ସବୁଠୁ ବଡ଼ ବ୍ୟବସାୟ ଗୃପ ରିଲାଏନ୍ସ ଗୃପ ର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀ ଜନ୍ମଦିନ | ଦେଶର ଉଦ୍ୟୋଗ ଜଗତକୁ ନୂଆ ଦିଗ ଦେଇଥିବା ଏହି ଦୁଇ ସଫଳ ଲିଡ଼ର ଙ୍କ କାହାଣୀ ସବୁ ଭାରତୀୟ ଙ୍କୁ କିଛି ନୂଆ ତଥା ବଡ଼ କରିବାକୁ ପ୍ରେରଣା ଯୋଗାଏ |

ଆଜିର ସମୟରେ ଏହି ଜୀବିତ କିମ୍ବଦନ୍ତୀ ହୋଇଥିବା ରତନ ଟାଟା ଆଜିବି ପୋଷା କୁକୁର ରଖିବା ପ୍ରିୟ ବୋଲି ଖ୍ୟାତ | ଅନ୍ୟପଟେ ୫୦୦ ଟଙ୍କାରୁ ନିଜର ବ୍ୟବସାୟ ଆରମ୍ବ କରିଥିବା ଧିରୁଭାଇ ଅମ୍ବାନୀ ଆଜି ଏମିତି ଏକ ସ୍ତରରେ ପହଞ୍ଚିଛନ୍ତି ଯାହା ସବୁ ଭାରତୀୟ ତାଙ୍କ କାହାଣୀ ପଢିବା ଚାହୁଁଛନ୍ତି | ଆସନ୍ତୁ ଜାଣିବା ଏହି ଦୁଇ ଜଣଙ୍କ ଜୀବନର କିଛି କାହାଣୀ ଜାଣିବା |

ରତନ ଟାଟା:

ଆଜିକା ତାରିଖରେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ନିଜର ବ୍ୟବସାୟ କୁ ଶୀର୍ଷ ସ୍ଥାନ ବଜାୟ ରଖିଥିବା ଅବିଶ୍ୱାସନୀୟ ହେଲେମଧ୍ୟ ମଧ୍ୟ ସତ୍ୟ ପ୍ରମାଣ କରିଛନ୍ତି ରତନ ଟାଟା | ୧୯୯୧ ମସିହାରେ ଟାଟା କମ୍ପାନୀ ର ଚେୟାରମ୍ୟାନ ହେବା ପରେ ରତନ ଟାଟା ନିଜର ବ୍ୟବସାୟ କୁ ସଫଳ କରାଇ ଦେଖାଇ ଦେଇଛନ୍ତି ଯେ ଏ ଦୁନିଆରେ କୌଣସିବି କାମ ଅସମ୍ଭବ ନୁହେଁ | ଟାଟା ଗୃପ ର ପ୍ରତିଷ୍ଠାତା ଜାମସେଦ ଜି ଟାଟା ଙ୍କ ପରିବାର ରେ ୧୯୩୭ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଏହି ସଫଳ ବ୍ୟବସାୟୀ ରତନ ଟାଟା | ସେ କର୍ନେଲ ୟୁନିଭରର୍ସିଟି କଲେଜ ଅଫ ଆର୍ଚିଟେକ୍ଚର ରୁ ଶିକ୍ଷା ଗ୍ରହଣ କରିଛନ୍ତି | ସେ ୧୯୬୧ ରେ ଟାଟା ଗୃପ ସହ ଜଡିତ ହେଲେ ଓ ୧୯୯୧ ରେ ଜେ ଆର ଡି ଟାଟା ଙ୍କ ଅବସର ପରେ ଟାଟା ଗ୍ରୁପ ର ଦାଇତ୍ୱ ନେଲେ | ରତନ ଟାଟା ଚେୟାରମ୍ୟାନ ନେଇ କମ୍ପାନୀର ରେଭିନ୍ୟୁ ଓ ଲାଭ ବହୁ ଗୁଣ ବଢାଇଦେଇଛନ୍ତି | ରତନ ଟାଟାଙ୍କୁ ଦେଶର ସବିଠୁ ବଡ଼ ନାଗରିକ ସମ୍ମାନ ପଦ୍ମବିଭୂଷଣ ରେ ସମ୍ମାନିତ ହୋଇଛନ୍ତି | ଅବସର ପରେବି ରତନ ଟାଟା ଲଗାତର ସକ୍ରିୟ ଅଛନ୍ତି | ନିଜର ଅନୁଭବ ର ଫାଇଦା ଉଠାଇ ସେ ଓଲ୍ଲା, ପେ ଟିଏମ,ଫାଷ୍ଟକ୍ରାଏ ଆଦି ବହୁ କମ୍ପାନୀରେ ନିବେଶ କରିଛନ୍ତି |

ଧିରୁଭାଇ ଅମ୍ବାନୀ:

ସମସ୍ତେ ପ୍ରାୟ ଜାଣିଥିବେ ରିଲାଏନ୍ସ କମ୍ପାନୀ ସମୂହ ର ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀ ଙ୍କ ନାଁ | ରିଲାଏନ୍ସ ହେଉଛି ଦେଶର ସବୁଠୁ ବଡ଼ ବ୍ୟବସାୟ ଗୃପ | ଆଉ ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଅଧିକ ଧନୀ ବ୍ୟକ୍ତି | ଆଉ ଏହି ଦୁଇ ଜଣଙ୍କ କାହାଣୀ ଆରମ୍ଭ ହୁଏ ଧିରୁଭାଇ ଅମ୍ବାନୀ ଙ୍କ ସଫଳ ବ୍ୟବସାୟ ପାଇଁ | ଧିରୁଭାଇ ଅମ୍ବାନୀ ଙ୍କ ପୁରା ନାଁ ଧିରଜଲାଲ ହୀରାଚାନ୍ଦ ଅମ୍ବାନୀ | ଧିରୁଭାଇ ଅମ୍ବାନୀ ଙ୍କ ଜନ୍ମ ୨୮ ଡ଼ିସେମ୍ବର ୧୯୩୨ ଗୁଜୁରାଟ ରେ | ଜଣେ କିରାଣୀ ରୂପରେ ନିଜର କ୍ୟାରିଅର ଆରମ୍ଭ କରିଥିବା ଧିରୁଭାଇ ଅମ୍ବାନୀ ପେଟ୍ରୋକେମିକଲ, କମ୍ୟୁନିକେଶନ, ପାୱାର ଟେକ୍ସଟାଇଲ ସମେତ ବହୁ କ୍ଷେତ୍ରରେ ବ୍ୟବସାୟ ସ୍ଥାପନ କରିଥିଲେ | ଧିରୁଭାଇ ଙ୍କ ବିଷୟରେ ଏମିତି ଖାଳିରେ ଆଲୋଚନା ହୁଏନି କାରଣ ସେ ଜଣେ ନିମ୍ନ ମଧ୍ୟବିତ୍ତ ସ୍କୁଲ ଶିକ୍ଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ | ସେ ଭାଇଭଉଣୀ ଙ୍କ ମଧ୍ୟରେ ତୃତୀୟ ସନ୍ତାନ | ସେ ୧୯୫୦ ମସିହାରୁ ମସଲା ବ୍ୟବସାୟ ରୁ ନିଜ କାରବାର ଆରମ୍ଭ କରିଥିଲେ | ଧୀରେଧୀରେ ନିଜର ବ୍ୟବସାୟ ସଫଳତାରେ ସମସ୍ତଙ୍କୁ ଚମକାଇ ବ୍ୟବସାୟ ଆରମ୍ବ କରିଦେଲେ | ଏହାପରେ ବ୍ୟବସାୟ ଧୀରେ ଧୀରେ ବଢ଼ିଲା | ଆଜିର ସ୍ଥିତିରେ କମ୍ପାନୀ ଯେଉଁ ସ୍ଥରରେ ପହଂଚିଛି ସେ ସବୁର ଶ୍ରେୟ ତାଙ୍କ ଦୂରଦୃଷ୍ଟି ଓ ଅଧ୍ୟବସାୟ ପରିଶ୍ରମ ର ଫଳ |

Leave A Reply

Your email address will not be published.