Latest Odisha News

BREAKING NEWS

ଶୀତରେ ସମଗ୍ର ଓଡ଼ିଶା ଥରହର; ଜାଣନ୍ତୁ ଏହିସବୁ ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର: ସମଗ୍ର ଓଡ଼ିଶା ଏବେ ପ୍ରବଳ ଶୀତର ପ୍ରକୋପରେ ଥରହର । ଦିନ ଦ୍ୱିପ୍ରହରରେ ଥରିଯାଉଛି ଦେହ । ସୂର୍ଯ୍ୟ କିରଣ ନପଡୁଥିବା ଯୋଗୁଁ ଲୋକେ ଆଉ ବାହାରକୁ ବାହାରିବାକୁ ଇଛା ପ୍ରକାଶ କରୁନାହାନ୍ତି । ସବୁଠାରୁ ବଡ଼କଥା ହେଲା ସୋନପୁରର ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକଡର଼୍ କରାଯାଇଛି । ତେଣୁ କ୍ରମଶଃ ତାପମାତ୍ରା ହ୍ରାସ ଘଟୁଥିବା ଦେଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ପ୍ରକାଶିତ ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ହିମାଳୟରୁ ତ୍ରିପୁରା ଓ ଉତ୍ତର ତଟବର୍ତ୍ତୀ ଓଡ଼ିଶାରେ ଏବେ ହିମ ବାୟୁ ପ୍ରବାହିତ ହେଉଥିବା ଯୋଗୁଁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଏବେ ପ୍ରବଳ ଶୀତ ଅନୁଭୁତ ହେବାରେ ଲାଗିଛି । ତେଣୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୪ ଡିଗ୍ରୀରୁ ୬ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ବିଶେଷକରି ଉତ୍ତରଭାଗର ମଧ୍ୟବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମ ତଥା ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ଶୀତର ପ୍ରକୋପ ଅତ୍ୟଧିକ ରହିବ ।

ଏହା ବ୍ୟତୀତ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଆଚ୍ଛାଦିତ ରହିବା ସହିତ ମଧ୍ୟବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମଧ୍ୟ କୁହୁଡ଼ି ଅନୁଭୂତ ହେବ ।

ପାଣିପାଗରେ ସେପରି କିଛି ପରିବର୍ତ୍ତନ ହେବାର ସମ୍ଭାବନା ନଥିଲେ ମଧ୍ୟ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଏହିପରି ଶୀତର ପ୍ରକୋପ ଜାରି ରହିବ ।

ପ୍ରବଳ ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଆଇଏମଡ଼ି ପକ୍ଷରୁ ୟେଲ୍ଲୋ ଏବଂ ଅରେଞ୍ଜ୍ ୱାର୍ଣ୍ଣିଂ କେତେକ ଜିଲ୍ଲା ଗୁଡ଼ିକୁ ଦିଆଯାଇଛି:
ୟେଲ୍ଲୋ ୱାର୍ଣ୍ଣି: (ଡିସେମ୍ବର ୨୮)

ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ମୟୂରଭଞ୍ଜ ଜିଲ୍ଲା

ଅରେଞ୍ଜ୍ ୱାର୍ଣ୍ଣିଂ (ଡିସେମ୍ବର ୨୯)

ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା

ଅରେଞ୍ଜ୍ ୱାର୍ଣ୍ଣିଂ (ଡିସେମ୍ବର ୩୦)

ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା

ଏହାବ୍ୟତୀତ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ କେତେକ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବା ନେଇ ଡିସେମ୍ବର ୨୮ରେ ୟେଲ୍ଲୋ ୱାର୍ଣ୍ଣି ଜାରି କରାଯାଇଛି । ସେହି ଜିଲ୍ଳା ଗୁଡ଼ିକ ହେଲା କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲା ।

ସେହିପରି ଭାବେ ଡିସେମ୍ବର ୨୯ ତାରିଖରେ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ଆଚ୍ଛାଦିତ ରହିବ । ଏଥିସହିତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲ୍ଲା ।

ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, କେତେକ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୨୮ ତାରିଖରେ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଏପରିକି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସୋନପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.