ଭୁବନେଶ୍ୱର: କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଏହାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସମେତ ସମସ୍ତ ରାଜ୍ୟର ସରକାର ଅଣ୍ଟା ଭିଡିଛନ୍ତି ।
ତେବେ ଏହି କରୋନା ଯୁଦ୍ଧରେ ଓଡ଼ିଶା ମଙ୍ଗ ଧରିଛନ୍ତି ସୁବ୍ରୋତ ବାଗଚି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସାଜିଥିବା ଏହି ସୁବ୍ରୋତ ବାଗଚି କିଏ ?
ରାଜ୍ୟ ଉପରେ କରୋନା ଆତଙ୍କ ମାଡି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ମୁଖ୍ୟ ମୁଖପାତ୍ର ଭାବେ ସୁବ୍ରୋତ ବାଗଚିଙ୍କୁ ନିଯୁକ୍ତ କରିଥିଲେ ।
ଓଡିଶା ବାସୀ ପୂର୍ବରୁ ସୁବ୍ରୋତ ବାଗଚିଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜଣା ଥିବା ବେଳେ ତାଙ୍କୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଇଥିଲା ।
ତେବେ ନିଜ ବାକଚାତୁରତାରେ ଲୋକଙ୍କୁ ଘରେ ବାନ୍ଧି ରଖୁଥିବା ସୁବ୍ରୋତ ଏବେ ଘରେ ଘରେ ପରିଚିତ । ତାଙ୍କ ମୁଁହ ରୁ କରୋନା ବିଷୟରେ ଶୁଣିବାକୁ ସମୟ ହେଲେ ଟିଭି ସାମ୍ନାରେ ଲୋକେ ବସି ରହୁଛନ୍ତି ।
ତେବେ କିଏ ଏହି ସୁବ୍ରୋତ ବାଗଚୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…
ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ୧୯୫୭ରେ ସୁବ୍ରୋତଙ୍କ ଜନ୍ମ । ତାଙ୍କ ବାପାଙ୍କ ନାମ ମାଖନ ଗୋପାଳ ବାଗଚୀ ଏବଂ ମାଙ୍କ ନାମ ଲାବଣ୍ୟପ୍ରଭା ବାଗଚୀ । ସୁବ୍ରୋତ ବିବାହିତ ଏବଂ ତାଙ୍କ ପତ୍ନୀ ଙ୍କ ନାମ ସୁସ୍ମିତା ବାଗଚୀ I
ଓଡିଶା ସରକାରଙ୍କର ଦକ୍ଷତା ଉନ୍ନୟନ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି ସୁବ୍ରୋତ। ୨୦୧୬ ମସିହାରେ ସୁବ୍ରୋତଙ୍କୁ ଓଏସଡିଏର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରିଥିଲେ ରାଜ୍ୟ ସରକାର। ଏପରିକି ବାଗ୍ଚୀଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିଲା ଏହା ସହିତ ସେ ମାଇଣ୍ଡ ଟ୍ରି ନାମକ ଆଇଟି କମ୍ପାନୀ ଖୋଲିଥିଲେ ବୋଲି ସୂତ୍ରରୁ ପ୍ରକାଶ ।
ତାଙ୍କ ନିଜସ୍ୱ ଆଇଟି କମ୍ପାନି ‘ମାଇଣ୍ଡଟ୍ରି ସଙ୍କଟ ରେ ଥିବା ବେଳେ ଏହାକୁ ‘ଏଲ୍ଆଣ୍ଡଟି’ ଅଧିଗ୍ରହଣ କରିବାକୁ ଉଦ୍ୟମ ଚଳାଇଥିଲା ଫଳରେ ସେ ବାଧ୍ୟ ହେଇ ନିଜ କମ୍ପାନୀ ‘ମାଇଣ୍ଡଟ୍ରି’କୁ ରକ୍ଷା କରିବା ପାଇଁ ୨୦୧୯ ମସିହା ମାର୍ଚ୍ଚ ତୃତୀୟ ସପ୍ତାହରେ ସେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।
କରୋନା ଯୁଦ୍ଧ ପାଇଁ ରାଜ୍ୟ ସରକାର ଙ୍କ ସାରଥୀ ସାଜିଥିବା ସୁବ୍ରୋତଙ୍କ ଉପସ୍ଥିତ ଜ୍ଞାନ ଆଉ ତାଙ୍କ ରଣକୌଶଳ ନିଶ୍ଚିତ ଭାବେ କରୋନାର ସଫଳ ମୁକବିଲା ଦିଗରେ ସହାୟତା ହେବା ନେଇ ସରକାରଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଆଶା ବାନ୍ଧି ବସିଛନ୍ତି ।