Latest Odisha News

BREAKING NEWS

ସଚିନ @୪୭: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ୪୭ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟର ଭଗବାନ ଭାବେ ବିବେଚନା କରାଯାଉଥିବା ସଚିନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା…

ଚିନଙ୍କ ସମ୍ପୂର୍ଣ୍ଣ ନାମ, ସଚିନ ରମେଶ ତେନ୍ଦୁଲକର ।

ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ବିଶ୍ୱ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବରେ ସାରା ବିଶ୍ୱରେ ପରିଚିତ ।

ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର ।

ସେ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିଥିବ ଖେଳାଳି।

ସଚିନ ପ୍ରଥମ ଖେଳାଳି ଭାବେ ଏକ ଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଥିଲେ ।

ସଚିନଙ୍କୁ ୨୦୦୨ରେ ସର୍ବକାଳୀନ ଟେଷ୍ଟ ବ୍ୟାଟ୍ସମ୍ୟାନରେ ସାର ଡୋନାଲ ବ୍ରାଡମ୍ୟାନଙ୍କ ପରେ ଦ୍ୱିତୀୟ ଓ ସେହିପରି ସର୍ବକାଳୀନ ଦିନିକିଆ ବ୍ୟାଟ୍ସମ୍ୟାନରେ ମଧ୍ୟ ଭି.ଭି.ଆନ ରିଚାର୍ଡସଙ୍କ ପରେ ଦ୍ୱିତୀୟ ସ୍ଥାନରେ ରଖାଯାଇଥିଲା।

ସଚିନ ଭାରତ ତରଫରୁ ୬ ଥର କ୍ରିକେଟ ବିଶ୍ୱକପ ଖେଳିଛନ୍ତି ଓ ୨୦୧୧ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ।

ଭାରତ ତଥା ବିଶ୍ୱ କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ରେ ଭାରତରତ୍ନ ସମ୍ମାନ ଦିଆଯାଇଛି। ଏହା ପାଇବାରେ ସେ ଭାରତର ପ୍ରଥମ ଖେଳାଳି।

୧୪ ନଭେମ୍ବର ୧୯୮୭, ରଣଜୀ ଟ୍ରଫି ନିମନ୍ତେ ତେନ୍ଦୁଲକରଙ୍କୁ ପ୍ରବଣ କରାଯାଇଥିଲା । (ଇଣ୍ଡିଆଜ ପ୍ରିମିଏଅର ଡୋମେଷ୍ଟିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ) । କିନ୍ତୁ ସେ କୌଣସି ମତେ ଚୂଡାନ୍ତ ପ୍ରଜାୟରେ ଶେଷ ଏଗାର ଜଣଙ୍କ ମଧ୍ୟରୁ ବଛା ହୋଇପାରି ନଥିଲେ । କିନ୍ତୁ ତାଙ୍କୁ ପ୍ରତିସ୍ଥାପିକ ଫିଲଡର ରୂପେ ବ୍ୟବହାର କରାଯାଉଥିଲା ।

ଏକ ବର୍ଷ ପରେ, ୧୧ ଡିସେମ୍ବର୧୯୮୮, ବୟସ ମାତ୍ର ୧୫ ବର୍ଷ ,ତେନ୍ଦୁଲକର ତାଙ୍କ ପ୍ରଥମ ମ୍ୟାଚ ମୁମ୍ବାଇ ପାଇଁ ଖେଳୁଥିଲେ ଓ ସେ ଭାରତର ପ୍ରଥମ କ୍ରିକେଟ ଖେଳାଳି ଯିଏକି ପ୍ରଥମ ପାରିରେ ଅପରାଜିତ ଶତକ (୧୦୦*)ରନ କରି ରେକର୍ଡ କରିଥିଲେ ।

ମୁମ୍ବାଇ ଦଳର ଅଧିନାୟକ ଦିଲୀପ ଭେଙ୍ଗସ୍କରଙ୍କ ଦ୍ୱାରା ମୁମ୍ବାଇ ଦଳରେ ଖେଳିବା ପାଇଁ ବଛା ହୋଇଥିଲେ।

ତାପରେ ସେହି ସମୟର ଭାରତର ସର୍ବୋତମ ଫାଷ୍ଟ ବୋଲର କପିଳ ଦେବ ସଚିନଙ୍କୁ ୱଖେଡେ ଷ୍ଟାଡିଅମର ନେଟରେ ଅଭ୍ୟାସ କରୁଥିବାର ଦେଖିଥିଲେ ଯେଉଁଠିକି ଭାରତୀୟ ଦଳ ନିଉଜଲାଣ୍ଡ ଦଳ ବିପକ୍ଷରେ ଖେଳିବାକୁ ଥିଲା।

୧୯୮୮-୧୯୮୯ ସିଜନ୍ ଶେଷ ହୋଇଥିବା ବେଳେ ସେ ମୁମ୍ବାଇ ପାଇଁ ସର୍ବାଧିକ ରନ୍ କରିଥିଲେ।

ଇରାନୀ ଟ୍ରଫି ଦିଲ୍ଲୀ ବିପକ୍ଷରେ ଅପରାଜିତ ଶତକ ମଧ୍ୟ ହାସଲ କରିଥିଲେ।୧୯୮୮-୧୯୮୯ ମସିହା ମଧ୍ୟରେ ଭାରତୀୟ ଦଳ ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଥର ଯାତ୍ରା କରିଥିଲେ।

ଅଷ୍ଟେଲିଆ ବିପକ୍ଷରେ ସେ ତାଙ୍କର ପ୍ରଥମ ଦୁଇ ଶତକ ହାସଲ କରିଥିଲେ।ସେ ପ୍ରଥମ ବକ୍ତି ଯିଏକି ରଣଜୀ,ଇରାନୀ ଓ ଦିଲ୍ଲୀପ ଟ୍ରଫିରେ ଶତକ ହାସଲ କରିଛନ୍ତି।

Leave A Reply

Your email address will not be published.