Latest Odisha News

BREAKING NEWS

୪୭ ବର୍ଷରେ ସଚିନ, କରୋନା ପାଇଁ ପାଳିବେନି ଜନ୍ମଦିନ

ଭୁବନେଶ୍ୱର : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ୪୭ ତମ ଜନ୍ମଦିନ । କରୋନା ମହାମାରୀର ରୂପ ନେଇଥିବାରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ । କରୋନା ଯୁଦ୍ଧରେ ଲଢେଇ କରୁତିବା ଡାକ୍ତର, ନର୍ସଙ୍କ , ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇ ଏହି ଜନ୍ମଦିନକୁ ସେ ନିରାଡମ୍ବରରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ସଚିନ ରମେଶ ତେନ୍ଦୁଲକର । ସର୍ବକନିଷ୍ଠ କ୍ରିକେଟର ଭାବେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ସଚିନ । ୧୭ବର୍ଷ ସେ ପ୍ରଥମେ ଟେଷ୍ଟ ଡେବ୍ୟୁ କରିଥିଲେ । ପ୍ରଥମ ଟେଷ୍ଟରେ ସେ ଶତକ ମାରିଥିଲେ ।

ଦିନିକିଆରେ ସର୍ବାଧିକ ୧୮,୪୨୬ ରନ କରିବା ରେକର୍ଡ ରହିଛି ସଚିନଙ୍କ ନାଁରେ । ସେ ସର୍ବାଧିକ ୪୯ ଶତକ, ୯୬ଟି ଅର୍ଦ୍ଧଶତକ କରିଛନ୍ତି । ୨୦୧୦ ମସିହାରେ ଦିନିକିଆରେ ପ୍ରଥମ ଡବଲ ସେଞ୍ଚୁରୀ ହାସଲ କରିବାର ରେକର୍ଡ ବି ତାଙ୍କର ରହିଛି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବାଧିକ ୬୨ଥର ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।

ମୋଟ ଛଅ ଥର ସେ ବିଶ୍ୱକପ୍ ଖେଳିଛନ୍ତି । ଏଗୁଡିକ ହେଲା ୧୯୯୨, ୧୯୯୬, ୧୯୯୯,୨୦୦୩, ୨୦୦୭ ଓ ୨୦୧୧ ମସିହା । ସଚିନ ଖେଳିଥିବା ଶେଷ ବିଶ୍ୱକପ୍ ଅର୍ଥାତ ୨୦୧୧ରେ ଭାରତ ବିଶ୍ୱକପ୍ ଜିତିଥିଲା । ଅନ୍ୟ କ୍ରିକେଟରମାନେ ଏହି ବିଶ୍ୱକପକୁ ସଚିନଙ୍କୁ ଉତ୍ସର୍ଗ କରିଥିଲେ ।

ସଚିନଙ୍କୁ କ୍ରିକେଟ ଫ୍ୟାନ୍‌ମାନେ କ୍ରିକେଟର ଭଗବାନ ବୋଲି ମନେ କରନ୍ତି ।

Leave A Reply

Your email address will not be published.