Latest Odisha News

BREAKING NEWS

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କରେ ଜାଣନ୍ତୁ, କିଛି ଅଜଣା କଥା

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥ। ଅନେକ ରସହ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।

ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ ।

ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିବା ମଧ୍ୟ ଜଣାଯାଏ । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି ।

ଅନେକ ଅଳଙ୍କାର ସମୟକ୍ରମେ ରକ୍ଷଣାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି ।

ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭରପୂର ହୋଇ ରହିଛି ବୋଲି ଜଣାଯାଏ ।

ପ୍ରତି ବର୍ଷ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଦୋଳପୂର୍ଣ୍ଣିମା, ବିଜୟାଦଶମୀ, ପୌଷ ପୂର୍ଣ୍ଣିମା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଭଳି ତିଥିମାନଙ୍କରେ ରତ୍ନସିଂହାସନ ଉପରେ ଜଗନ୍ନାଥଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶ କରାଯାଏ ।

ସବୁଠାରୁ ଅଧିକ ସୁନାଗହଣା ହରିଶୟନ ଏକାଦଶୀ ତିଥିରେ ବ୍ୟବହାର ବ୍ୟବହାର ହୋଇଥାଏ । ଗଜଉଦ୍ଧାରଣ ବେଶ, ରଘୁନାଥ ବେଶ, ବଣଭୋଜି ବେଶ, କୃଷ୍ଣବଳରାମ ବେଶ, ରାଧା ଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡା ବେଶ, ଆଡ଼କିଆ ବେଶ, ଲକ୍ଷ୍ମୀନୃସିଂହ ବେଶ, ବାମନ ବେଶ, ଚାଚେରୀ ବେଶ ଏବଂ ଚନ୍ଦନ ବେଶରେ ଜଗନ୍ନାଥଙ୍କୁ ଅଳଙ୍କାର ଆଭୂଷଣ କରାଯାଇଥାଏ ।

Leave A Reply

Your email address will not be published.