Latest Odisha News

BREAKING NEWS

ଡହ ଡହ ଖରାରେ ବଢୁଛି ଦହି ପଖାଳର ଆଦର

ଓଡ଼ିଆ ଜାତିର ସଂସ୍କୃତି ତଥା ଏକ ବିଚାରଧାରା ଭାବେ ପଖାଳ ପରିଗଣିତ ହୋଇଥାଏ। ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ। ଅଧିକ ସମୟ ରହୁଥିବା ପଖାଳ ପାଟିକୁ ଟିକିଏ ଆମ୍ବିଳା ଲାଗିଥାଏ। ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗପତ୍ର ଆଦି ଛୁଙ୍କ ଦେଇ ଦହି ପଖାଳ ପ୍ରସ୍ତୁତ କରାଯାଏ। ଏହା ସ୍ୱାସ୍ଥ୍ୟପାଇଁ ବହୁତ ଉପକାରୀ ।

ଏହି ପଖାଳର ସ୍ୱାସ୍ଥ୍ୟ ଉପଯୋଗୀତାକୁ ମଧ୍ୟ ସ୍ୱୀକାର କରିଛି ବିଜ୍ଞାନ । ବିଶେଷ କରି ଖରାଦିନେ ଏହାକୁ ଖାଇବା ଦ୍ୱାରା ଏହା ଅଂଶୁଘାତ କବଳରୁ ରକ୍ଷା କରିଥାଏ ।

ପ୍ରତ୍ୟେକ ପଖାଳ ଖାଇବା ଦ୍ୱାରା ଶରୀର ପତଳା ହୋଇଥାଏ । କାରଣ ଏଥିରେ ପାଣି ପୁରାଇ ରାତି ସାରା ରଖାଯାଇଥାଏ । ଯେଉଁଥିପାଇଁ ଏଥିରେ ସଦ୍ଵ ରନ୍ଧା ଯାଇଥିବା ଭାତ ତୁଳନାରେ ୬୦ % କମ୍ କ୍ୟାଲୋରୀ ରହିଥାଏ । ପଖାଳ ଗ୍ରୀଷ୍ମ ଦିନରେ ଉତ୍ତାପରୁ ତ୍ରାହି ଦେବା ସହିତ ଭଳ ନିଦ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଦହି ପଖାଳ ଏକ ପ୍ରାକୃତିକ ଥଣ୍ଡା ଖାଦ୍ୟ ହୋଇଥିବାବେଳେ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ପ୍ରତ୍ୟେହ ସକାଳେ ଏହି ପଖାଳ ଖାଇବା ଦ୍ୱାରା ପାକସ୍ଥଳୀ ଜନିତ ରୋଗରୁ ମଧ୍ୟ ଉପଶମ ମିଳିଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି

ସପ୍ତାହରେ ତିନି ଥର ଦହି ପଖାଳ ଖାଇବା ଦ୍ୱାରା ଅଲଶର ରୋଗ ମଧ୍ୟ ଭଲ ହୋଇଥାଏ । ଦହି ପଖାଳ ଖାଇଲେ ମୁହଁର ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଇଥାଏ ।

Comments are closed.