ଭୁବନେଶ୍ୱର: ରାଜ୍ୟରେ ଅନେକ ସ୍ଥାନରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେହି ଅଚଂଳକୁ କଣ୍ଟେନମେଣ୍ଟ ଅଂଚଳ ରୂପେ ଘୋଷଣା କରାଯାଇଛି । ତେବେ କେଉଁ ଜିଲ୍ଲାରେ କେତୋଟି କଣ୍ଟେନମେଣ୍ଟ ଜୋନ୍ ରହିଛି । ସେ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
୧. ଖୋର୍ଦ୍ଧା ଜିଲ୍ଲାରେ ୪ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ସୂର୍ୟ୍ୟନଗର, ସୁନ୍ଦରପଦାରୁ ଯଦୁପୁର, ବମିଖାଲ ଏବଂ ସତ୍ୟନଗର।
୨. କଟକ ଜିଲ୍ଲାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଏକ ନମ୍ବର ୱାର୍ଡ଼ ଜୟରାମପୁର ଗ୍ରାମ ପଞ୍ଚାୟତ ନିଶ୍ଚିତକୋଇଲି ତହସିଲ, ୱାର୍ଡ଼ ନମ୍ବର ୧୨, ୧୩ ମିର୍ଜାପୁର ଗ୍ରାମ ପହଞ୍ଚାୟତ ସାଲେପୁର ତହସିଲ, ବକ୍ସିବଜାର ଛକରୁ ସାଇନ୍ସ କଲେଜ୍ ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି ।
୩. ଗଞ୍ଜାମ ଜିଲ୍ଲାରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିକିଟି ବ୍ଲକର ଲାଲମେଣ୍ଟା ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ ।
୪. ଯାଜପୁର ଗୋଟିଏ କଣ୍ଟେନମେଣ୍ଟ ଜୋନ । ରସୁଲପୁର ବ୍ଲକର ବ୍ରହ୍ମବରଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
୫. କେନ୍ଦ୍ରାପଡ଼ା- ରାଧାନଗର,ବଳଭଦ୍ରପୁର, ଶୀଳତେଶ୍ୱର, ଶୀତଳସ୍ତମ୍ବ, ନିଆଳ, ଗଉଡ଼ପାଟଣା, ଭାଟପଡ଼ା, ମେଧାପୁର, କାନ୍ତିପୁର, ଗୋପ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
୬. ପୁରୀ- ଦାନାଗହୀନ ଗାଁ ଛକ, ଜୟପୁର ଶାସନ ଛକ, ପିପିଲି ବ୍ଲକ୍ ଜୟପୁର ଛକ ଶାସନ ଛକ।
୭. କଳାହାଣ୍ଡି –ବେହେରାଗୁଡ଼ା, ପର୍ୟିୟା ଏବଂ ଖମାର ହଳଦୀକୁ କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଛନ୍ତି ।
୮. ଭଦ୍ରକ –ପୁରୁଣା ବଜାର, ଚରମ୍ପା ରେଲୱେ ଷ୍ଟେସନ୍ ଅଞ୍ଚଳ, ଏରିନ୍ ଗ୍ରାମପଞ୍ଚାୟତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ।
BREAKING NEWS
- Indian Family appeals to Modi: କ୍ଷମା ସତ୍ତ୍ୱେ ବି ପୂର୍ବତନ ନୌସେନା ଅଧିକାରୀଙ୍କୁ ଛାଡୁନି କାତାର, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆବେଦନ କଲେ ପରିବାର ଲୋକେ…
- WPL 2026: ଇତିହାସ ରଚିଲେ ହରମନପ୍ରୀତ କୌର, ଭାଙ୍ଗିଲେ ଶେଫାଲି ବର୍ମାଙ୍କ ରେକର୍ଡ…
- ଆସନ୍ତା ୨୮ରୁ ଚାଲିବ ବଜେଟ ଅଧିବେଶନ
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
Comments are closed.