ଭୁବନେଶ୍ୱର: ରାଜ୍ୟରେ ଅନେକ ସ୍ଥାନରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେହି ଅଚଂଳକୁ କଣ୍ଟେନମେଣ୍ଟ ଅଂଚଳ ରୂପେ ଘୋଷଣା କରାଯାଇଛି । ତେବେ କେଉଁ ଜିଲ୍ଲାରେ କେତୋଟି କଣ୍ଟେନମେଣ୍ଟ ଜୋନ୍ ରହିଛି । ସେ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
୧. ଖୋର୍ଦ୍ଧା ଜିଲ୍ଲାରେ ୪ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ସୂର୍ୟ୍ୟନଗର, ସୁନ୍ଦରପଦାରୁ ଯଦୁପୁର, ବମିଖାଲ ଏବଂ ସତ୍ୟନଗର।
୨. କଟକ ଜିଲ୍ଲାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଏକ ନମ୍ବର ୱାର୍ଡ଼ ଜୟରାମପୁର ଗ୍ରାମ ପଞ୍ଚାୟତ ନିଶ୍ଚିତକୋଇଲି ତହସିଲ, ୱାର୍ଡ଼ ନମ୍ବର ୧୨, ୧୩ ମିର୍ଜାପୁର ଗ୍ରାମ ପହଞ୍ଚାୟତ ସାଲେପୁର ତହସିଲ, ବକ୍ସିବଜାର ଛକରୁ ସାଇନ୍ସ କଲେଜ୍ ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି ।
୩. ଗଞ୍ଜାମ ଜିଲ୍ଲାରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିକିଟି ବ୍ଲକର ଲାଲମେଣ୍ଟା ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ ।
୪. ଯାଜପୁର ଗୋଟିଏ କଣ୍ଟେନମେଣ୍ଟ ଜୋନ । ରସୁଲପୁର ବ୍ଲକର ବ୍ରହ୍ମବରଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
୫. କେନ୍ଦ୍ରାପଡ଼ା- ରାଧାନଗର,ବଳଭଦ୍ରପୁର, ଶୀଳତେଶ୍ୱର, ଶୀତଳସ୍ତମ୍ବ, ନିଆଳ, ଗଉଡ଼ପାଟଣା, ଭାଟପଡ଼ା, ମେଧାପୁର, କାନ୍ତିପୁର, ଗୋପ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
୬. ପୁରୀ- ଦାନାଗହୀନ ଗାଁ ଛକ, ଜୟପୁର ଶାସନ ଛକ, ପିପିଲି ବ୍ଲକ୍ ଜୟପୁର ଛକ ଶାସନ ଛକ।
୭. କଳାହାଣ୍ଡି –ବେହେରାଗୁଡ଼ା, ପର୍ୟିୟା ଏବଂ ଖମାର ହଳଦୀକୁ କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଛନ୍ତି ।
୮. ଭଦ୍ରକ –ପୁରୁଣା ବଜାର, ଚରମ୍ପା ରେଲୱେ ଷ୍ଟେସନ୍ ଅଞ୍ଚଳ, ଏରିନ୍ ଗ୍ରାମପଞ୍ଚାୟତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ।
BREAKING NEWS
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
Comments are closed.