Latest Odisha News

BREAKING NEWS

ମେ ୧୫ ଯାଏଁ ବଢିପାରେ ସ୍କୁଲ, କଲେଜର ଛୁଟି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟ ସୀମାକୁ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଥିବା ବେଳେ ସ୍କୁଲ, କଲେଜର ଛୁଟି ଅବଧିକୁ ମେ ୧୫ ଯାଏଁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି କୋଭିଡ୧୯ ମୁକାବିଲା ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଗୋଷ୍ଠୀ । ଏଥି ସହ ଧର୍ମାନୁଷ୍ଠାନଗୁଡିକରେ ଲୋକଙ୍କ ଗହଳି ନେଇ କଟକଣାକୁ ମଧ୍ୟ ମେ ୧୫ ଯାଏଁ ବୃଦ୍ଧି କରିବାକୁ ଚିନ୍ତା କରାଯାଉଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ ହୋଇଥିବା ଏହି ମନ୍ତ୍ରୀଗୋଷ୍ଠୀର ବୈଠକରେ ଲକ୍ ଡାଉନ ସମୟସୀମା ବୃଦ୍ଧି ହେଉ କି ନ ହେଉ ଏପ୍ରିଲ ୧୪ ପରେ ଧର୍ମାନୁଷ୍ଠାନ, ସପିଂ ମଲ୍ ଓ ଶିକ୍ଷାନୁଷ୍ଠାନଗୁଡିକୁ ଅତି କମ୍‌ରେ ୪ ସପ୍ତାହ ଯାଏଁ ବନ୍ଦ ରଖିବା ନେଇ ଆଲୋଚନା ହୋଇ ମତପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ପ୍ରତି ବର୍ଷ ସ୍କୁଲ କଲେଜ ଜୁନ ଶେଷ ସପ୍ତାହକୁ ଖୋଲୁଥିବା ବେଳେ ଚଳିତ ବର୍ଷ କିନ୍ତୁ ମେ ୧୫ ତାରିଖରେ ଖୋଲିବା ନେଇ ଆଲୋଚନା ହୋଇଥିଲା ।

ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ, ରେଳ ମନ୍ତ୍ରୀ ପିୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶୱାନ ପ୍ରମୁଖ ଯୋଗ ଦେଇଥିଲେ ।

କରୋନା ଭଳି ଏକ ମହାମାରୀର ମୁକାବିଲା ପାଇଁ ରାଜ୍ୟଗୁଡିକର ତଥ୍ୟ ଗୁରୁତ୍ୱ ବହନ କରେ ବୋଲି ମତ ପ୍ରକାଶ ପାଇଥିଲା । ଏଥି ସହ କରୋନା ଚିହ୍ନଟ ପାଇଁ ମେଡିକାଲ ଲାବୋରୋଟୋରୀଗୁଡିକରେ ଏହାର ପରୀକ୍ଷଣକୁ ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.