Latest Odisha News

BREAKING NEWS

ଆଜି ଚିହ୍ନଟ ୭୯ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୭୯ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ବିବରଣୀ ପ୍ରକାଶ କରିଛନ୍ତି ଓଡିଶା ସରକାର।

ଏହି ନୂଆ ମାମଲାଗୁଡ଼ିକ ମଧ୍ୟରୁ ୭୧ଟି କ୍ୱାରେନଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ଆଠ ଜଣ ସ୍ଥାନୀୟ ଲୋକ।

କଟକ ଜିଲ୍ଲାରୁ ସର୍ବାଧିକ ୧୬ ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ତିନିଜଣ ନିକଟରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ଦୁବାଇ ଫେରନ୍ତା, ପାଞ୍ଚ ଜଣ ମହାରାଷ୍ଟ୍ରରୁ, ଜଣେ ତାମିଲନାଡୁ ଫେରନ୍ତା ଏବଂ ସମସ୍ତେ କ୍ୱାରେନଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରାଯାଇଛି।

ବଲାଙ୍ଗୀର ଜିଲ୍ଲାରେ ଚିହ୍ନଟ ୧୪ଟି ମାମଲା ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ, ୬ ଜଣ ମହାରାଷ୍ଟ୍ର ଏବଂ ଜଣେ ତାମିଲନାଡୁ ଫେରନ୍ତା। ସମସ୍ତେ କ୍ୱାରେନଣ୍ଟାଇନ ସେଣ୍ଟରରେ ଥିଲେ।

କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ଆଠଟି ମାମଲା ମଧ୍ୟରୁ ଦୁଇଜଣ ଗୁଜୁରାଟ ଏବଂ ବିହାର ଓ ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ରର ଫେରନ୍ତା ହୋଇଥିବା ବେଳେ ଅନ୍ୟ ଦୁଇଟି ସ୍ଥାନୀୟ ମାମଲା।

କନ୍ଧମାଳ ଜିଲ୍ଲାରେ ଚିହ୍ନଟ ପଜିଟିଭ ମଧ୍ୟରୁ ୬ ଜଣ ତାମିଲନାଡୁ ଫେରନ୍ତା ଏବଂ ସମସ୍ତେ କ୍ୱାରେନଣ୍ଟାଇନରେ ଥିଲା ବେଳେ ଏବଂ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରୁ ଚିହ୍ନଟ ମାମଲା ମଧ୍ୟରୁ ତିନିଜଣ ସୁରଟ, ଦୁଇ ଜଣ ପଶ୍ଚିମବଙ୍ଗ ଏବଂ ଜଣେ ତାମିଲନାଡୁ ଫେରନ୍ତା ଏବଂ ସମସ୍ତେ କ୍ୱାରେନଣ୍ଟାଇନରେ କେନ୍ଦ୍ରରେ ଥିଲେ।

 

ପୁରୀ ଜିଲ୍ଲାର ଚାରୋଟି ମାମଲା ମଧ୍ୟରୁ ୩ ଜଣ ତାମିଲନାଡୁ ଫେରନ୍ତା ଏବଂ ଜଣେ ତେଲେଙ୍ଗାନା ଫେରନ୍ତା।

Comments are closed.