Latest Odisha News

BREAKING NEWS

ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ଦେଖାନ୍ତୁ ପ୍ରତିଭା

ଭୁବନେଶ୍ୱର : ଲକ୍‌ଡାଉନ ରେସିପିର ସଫଳତା ପରେ ଆମର ଦ୍ୱିତୀୟ ପ୍ରତିଯୋଗିତା ଭାବେ ଆମେ ଆଣିିଛୁ ‘କରୋନା କ୍ରିଏଟିଭିଟି’ । ଯାହା ଆପଣଙ୍କର ଓ ଆପଣଙ୍କ ନିକଟତମ ଲୋକଙ୍କ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆଣିପାରିବ ।

କୋଭିଡ୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ଘୋଷଣା ହୋଇଥିଲା । ଫଳରେ ଲୋକେ ଘରେ ରହି ନିଜର ସୃଜନଶୀଳତା ଯେପରିକି ଗୀତ ଗାଇବା, ଏକକ ଅଭିନୟ, ଗପ କହିବା, କବିତା ପାଠ, ପେଣ୍ଟିଂ, ବାଲୁକା କଳା ପରି ଅନେକ କଳାତ୍ମକ କାର୍ଯ୍ୟରେ ନିୟୋଜିତ ହୋଇପାରିଛନ୍ତି । କିନ୍ତୁ ଏସବୁ ସୃଜନଶୀଳତାକୁ କାହିିଁକି ନିଜ ପରିବାର ଲୋକ କିମ୍ବା ସମ୍ପର୍କୀୟଙ୍କ ଛଡା ଆଉ କେହି ଜାଣିବେନି ? ଆପଣ ଭାବୁନାହାନ୍ତି କି ଏଇଟା ପ୍ରକୃଷ୍ଟ ସମୟ ଆପଣ ନିଜର ପ୍ରତିଭା ସମସ୍ତଙ୍କ ଆଗରେ ଦେଖାଇବାର?

ଯଦି ଆପଣ ପ୍ରସ୍ତୁତ ତେବେ ଆମେ ବି ପ୍ରସ୍ତୁତ । ଆଉ ଅପେକ୍ଷା ତା ହେଲେ କାହିଁକି । ପ୍ରଥମ ଥର ପାଇଁ ଆପଣଙ୍କ ପାଇଁ ଗଣମାଧ୍ୟମ ଆଣିଛି ଏପରି ଏକ ପ୍ରତିଯୋଗିତା । ଯାହାର ନାଁ ‘କରୋନା କ୍ରିଏଟିଭିଟି’ । ଆପଣ ଆପଣଙ୍କ ପ୍ରତିଭାର ଭିଡିଓ ରେକର୍ଡ କରନ୍ତୁ ଏବଂ ଆମକୁ WeTransfer or GoogleDrive ଜରିଆରେ contentobos@gmail.comରେ ଜୁନ୍ ୮ ତାରିଖ ସୁଦ୍ଧା ପଠାନ୍ତୁ ।
ଆମେ ଆପଣଙ୍କ ସୃଜନଶୀଳତା ସମ୍ପନ୍ନ ଭିଡିଓକୁ ଆମ ୱେବସାଇଟ୍ www.odishabytes.com ଏବଂ www.odishasambad.in, ୟୁଟୁବ୍ ଚ୍ୟାନେଲ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବୁ । ଏହି ପ୍ରତିଯୋଗିତାର ବିଜେତାମାନେ ପ୍ରତିଷ୍ଠିତ ବିଚାରକଙ୍କ ଦ୍ୱାରା ଚୟନ କରାଯିବେ । ଏଥି ସହିତ ବିଜେତାମାନେ ପୂର୍ବ ଭାରତର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ ଲାଲଚାନ୍ଦ ଜୁଏଲର୍ସ ତରଫରୁ ପୁରସ୍କୃତ ହେବେ । ଚାମ୍ପିଅନ ବା ପ୍ରଥମ ବିଜେତାଙ୍କୁ ହୀରାର ମୁଦି, ଦ୍ୱିତୀୟଙ୍କୁ ହୀରା ପେଣ୍ଡେଣ୍ଟ ଓ ତୃତୀୟ ବିଜେତାଙ୍କୁ ଗୋଲ୍ଡ କଏନ ଦିଆଯିବ ।

ପ୍ରତିଯୋଗିତା ପାଇଁ ସର୍ତ୍ତାବଳୀ

୧. ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଦେୟ ପୈଠ କରିବାକୁ ପଡିବ ନାହିଁ ଏବଂ ଏହି ପ୍ରତିଯୋଗିତା ପାଇଁ କୌଣସି ବୟସସୀମା ନାହିଁ । କିନ୍ତୁ ଜଣେ ବ୍ୟକ୍ତି କେବଳ ଗୋଟେ ଧାରାରେ ଗୋଟେ ଏଣ୍ଟ୍ରି କରିପାରିବେ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଗୀତ ଗାଇକି ଗୋଟେ ଭିଡିଓ ପଠାଇଛନ୍ତି ତେବେ ସେ ଏକକ ଅଭିନୟ କରି ଅନ୍ୟ ଏକ ଭିଡିଓ ପଠାଇପାରିବେ କିନ୍ତୁ ସେ ଗୀତ ଗାଇବାର ବା ଏକକ ଅଭିନୟର ଦୁଇଟି ଭିଡିଓ ପଠାଇ ପାରିବେ ନାହିଁ ।

୨. ଭିଡିଓ ଉତ୍ତୋଳନ କରିବା ସମୟରେ ମୋବାଇଲକୁ ଲ୍ୟାଣ୍ଡସ୍କେପ୍ ମୋଡରେ ରଖନ୍ତୁ । ଆମେ ପୋଟ୍ରେଟ୍ ମୋଡରେ ଉତ୍ତୋଳନ ହୋଇଥିବା ଭିଡିଓ ବା ପୂର୍ବରୁ ଏଡିଟ୍ ହେଇଥିବା ଭିଡିଓ ଗ୍ରହଣ କରିବୁନାହିଁ ।

୩. ଭିଡିଓ ଉତ୍ତୋଳନ କରିବା ସମୟରେ ପ୍ରଥମେ ନିଜ ନାମ, ଠିକଣା ଏବଂ ବୃତ୍ତି ବିଷୟରେ କହିବା ପାଇଁ ଅନୁରୋଧ । ତାପରେ ନିଜର ସୃଜନଶୀଳତା ଏବଂ ଅଭିନବ କଳା ସହିତ ସମ୍ପର୍କ ନେଇ ସୂଚନା ଦିଅନ୍ତୁ । (ନବୀନ, ଶିକ୍ଷାର୍ଥୀ କିମ୍ବା ବିଷାରଦ)

୪. ଭିଡିଓ ରେକର୍ଡିଙ୍ଗ କରିବା ସମୟରେ ଆପଣ ଏହି କାର୍ଯ୍ୟକୁ କାହିଁକି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ଏବଂ ସେହି ସୃଜନଶୀଳତା ବିଷୟରେ ନିଜର ଅନୁଭୁତିକୁ ବର୍ଣ୍ଣନା କରନ୍ତୁ । ସୃଜନାଶୀଳ କାର୍ଯ୍ୟରେ ପ୍ରତିଯୋଗୀଙ୍କର ଯୋଗଦାନ କ୍ୟାମେରାରେ ରେକର୍ଡ ହେବା ନିହାତି ଆବଶ୍ୟକ ।

୫. ଭିଡିଓର ଅବଧି ୫ ରୁ ୧୦ ମିନିଟ୍ ଭତରେ ରହିବା ଆବଶ୍ୟକ । ବିନା କୌଣସି କାରଣ ଦର୍ଶାଇ ଭିଡିଓକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ଆୟୋଜକଙ୍କ ନିକଟରେ ରହିଛି । ଅଂଶଗ୍ରହଣକାରୀଙ୍କ ଦ୍ୱାରା ଜମା ହୋଇଥିବା ଭିଡିଓଗୁଡିକ ଭୁବନେଶ୍ୱର ସ୍ଥିତ ମିଡିଆ ହାଉସ୍ ଫ୍ରଣ୍ଟିଅର ମିଡିଆର ନିଜସ୍ୱ ସମ୍ପତ୍ତି, ଯାହା www.odishabytes.com ଏବଂ www.odishasambad.in ଏହାକୁ ଭବିଷ୍ୟତରେ ବୃତ୍ତିଗତ କାରଣରୁ ବ୍ୟବହାର କରିପାରିବ ।

୬. ବିଚାରକ ବିଜେତା ଚୟନ କରିବେ ଏବଂ ସେହି ନିଷ୍ପତ୍ତି ଚୁଡାନ୍ତ ଏବଂ ବାଧ୍ୟତାମୂଳକ ହେବ ।

୭. ଜିତିବାର ମାପଦଣ୍ଡ

କ. ୟୁଟ୍ୟୁବ୍‌, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରୁ ସାମଗ୍ରିକ ଭାବେ ଲାଇକ ମିଳିଥିବା ସଂଖ୍ୟା । ଅଂଶଗ୍ରହଣକାରୀମାନେ ଆମ ୟୁଟୁବ ଚ୍ୟାନେଲ ଏବଂ ଅନ୍ୟ ସୋସିଆଲ ମିଡିଆ (ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟର ) ଆକାଉଣ୍ଟକୁ ସବସ୍କ୍ରାଇବ୍‌, ଫଲୋ ବା ଲାଇକ୍ କରିବା ପରେ ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ ।
ଖ. ସୃଜନଶୀଳତା ଓ ପ୍ରତିଭାର ସ୍ୱତନ୍ତ୍ରତା
ଗ. ଅଭିନବତା
ଘ. ଉପସ୍ଥାପନା
ଙ. ସାମାଗ୍ରିକ ରୁୂଚିସମ୍ପନ୍ନ ଭିଡିଓ ଉପସ୍ଥାପନା
ଚ.ଓଡିଆ, ଇଂରାଜୀ କିମ୍ବା ହିନ୍ଦି ଭାଷାରେ ଭିଡିଓ ପ୍ରସ୍ତୁତ କରିପାରିବେ

୧୦. ଭିଡିଓ ଦାଖଲ କରିବାର ଅନ୍ତିମ ତାରିଖ- ୮ ଜୁନ, ୨୦୨୦

୧୧. ଭିଡିଓ WeTransfer ବା Google Drive  ଜରିଆରେ ଦାଖଲ କରିବା ସମୟରେ ନିଜର ଫୋନ ନମ୍ବର ପ୍ରଦାନ କରନ୍ତୁ ।

୧୨. ଅଂଶଗ୍ରହଣକାରୀମାନେ ସେମାନଙ୍କର ନିଜସ୍ୱ କାର୍ଯ୍ୟ/ ଭିଡିଓ ଦାଖଲ କରିବା ଆବଶ୍ୟକ ଏବଂ କପିରାଇଟ୍ ସମ୍ବନ୍ଧୀୟ ଆଇନଗତ ସମସ୍ୟାଗୁଡିକର ଉଲ୍ଲଂଘନ ପାଇଁ କେବଳ ସେମାନେ ହିଁ ଦାୟୀ ରହିବେ ।

୧୩. ବିନା କୌଣସି କାରଣ ଦର୍ଶାଇ ବା ବିନା ପୂର୍ବ ସୂଚନାରେ ପ୍ରତିଯୋଗିତାକୁ ସ୍ଥଗିତ କିମ୍ବା ଭିଡିଓ ଦାଖଲ ତାରିଖ ପରିବର୍ତ୍ତନର ସମସ୍ତ ଅଧିକାର ଆୟୋଜକଙ୍କର ରହିଛି ।

୧୪. ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ସହିତ ଅଂଶଗ୍ରହଣକାରୀମାନେ ଦିଆଯାଇଥିବା ସମସ୍ତ ନିୟମାବଳୀ ମାନିବା ନେଇ ସ୍ୱୀକୃତି ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.