ଓଡିଶା ସମ୍ବାଦ ବ୍ୟୁରୋ: ଭାରତ ୩୩ କୋଟି ଦେବଦେବତାଙ୍କ ଭୂମି, ଯାହା ନିଜ ପ୍ରାଚୀନ ମନ୍ଦିରକୁ ନେଇ ପ୍ରସିଦ୍ଧି ଲାଭ କରିଛି। ଭାରତରେ ଆପଣଙ୍କୁ ବିଭିନ୍ନ ଦେବୀଦେବତାଙ୍କ ମନ୍ଦିର ଦେଖିବାକୁ ମିଳିବ। ଯାହା ନିଜ ସଂସ୍କୃତି ତଥା ମାନ୍ୟତା କିମ୍ବା ସିଦ୍ଧି ପାଇଁ ଜଣାଯାଏ। ଭାରତୀୟ ସଭ୍ୟତା ଧର୍ମ ଓ ପୁରାଣର ସଭ୍ୟତା । ମୂର୍ତ୍ତି ପୂଜାକୁ ସନାତନ ଧର୍ମରେ ସବୁଠୁ ଶ୍ରେଷ୍ଠ ମନାଯାଏ। ତେଣୁ ଯଦି ଆମେ ଭାରତରେ ଛୋଟ ବଡ଼ ମନ୍ଦିର ସମ୍ପର୍କରେ କହିବା ତେବେ ପାଖାପାଖି ୨୦ ଲକ୍ଷ ମନ୍ଦିର ରହିଛି। ଏହିସବୁ ମନ୍ଦିରରେ ଭଗବାନ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି । କେଉଁ ମନ୍ଦିର ତାର ନିର୍ମାଣକୁ ନେଇ ପ୍ରସିଦ୍ଧ ତ ଅନ୍ୟ ଟି ପ୍ରତିମା କୁ ନେଇ.. ଏମିତିକି ପ୍ରସାଦକୁ ନେଇ ମଧ୍ୟ ଆପଣ ଅନେକ ପାର୍ଥକ୍ୟ ଦେଖିବାକୁ ପାଇବେ l
କୋଲକାତାରେ ଅବସ୍ଥିତ ମାତା କାଳୀଙ୍କ ପ୍ରସିଦ୍ଧ ଦେବୀ ପୀଠ କାଳିଘାଟ ମନ୍ଦିର। ହୁଏତ ମନ୍ଦିରର ନାମ ଆପଣ ଅନେକ ବାର ଶୁଣିଥିବେ। ପୋରାଣିକ ମାନ୍ୟତା ଅନୁଯାୟୀ, ଦେବୀ ସତୀଙ୍କ ଶରୀର ୫୧ ଖଣ୍ଡରେ ଭାଗ ହେଲା ପରେ ମାତାଙ୍କ ଡାହାଣ ପାଦର ଆଙ୍ଗୁଠି ଏହି ସ୍ଥାନରେ ପଡିଥିଲା। ଯେଉଁସ୍ଥାନରେ ଏହି ଆଙ୍ଗୁଠି ପଡିଥିଲା ସେହି ସ୍ଥାନର ନାମ କାଳୀ କୁଣ୍ଡ ରଖାଗଲା। ମାନ୍ୟତା ରହିଥିଲା ଯେ ପ୍ରଥମେ ଭକ୍ତ ଏହି କୁଣ୍ଡରେ ସ୍ନାନ କରି ପରେ ଦେବୀ ମାଆଙ୍କ ଦର୍ଶନ କରିଥାନ୍ତି। କିନ୍ତୁ ପରେ ଏହି କୁଣ୍ଡ ବିଲୁପ୍ତ ପ୍ରାୟ ହୋଇଯାଇଥିଲା।
୧୯୬୪ ମସିହାରେ ସ୍ୱତନ୍ତ୍ର ଦେଖାଶୁଣା କରିବା ପାଇଁ ମନ୍ଦିର କମିଟି ଗଠନ କରାଗଲା। ଏଠାରେ ମାଆଙ୍କର ଏକ ଭୟାନକ ରୂପ ଦେଖିବାକୁ ମିଳିଥାଏ । ମାଆଙ୍କ ପ୍ରତିମା କଳାପଥରେ ତିଆରି ହୋଇଥିବା ବେଳେ ମାଆଙ୍କ ମୂର୍ତ୍ତି ରେ ସୁନା ହାତ, ସୁନା ଜିହ୍ଵା ,ଖଡ୍ଗ ଓ ମୁକୁଟ ଶୋଭା ପାଉଛି।କେବଳ ଜିହ୍ଵାର ଓଜନ ଦୁଇ କିଲୋ ଦୁଇ ଶହ ଏକାବନ ଗ୍ରାମ। ମା ସଦା ସର୍ବଦା ଜାଗ୍ରତ ।ତେଣୁ କୌଣସି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ। କୁହାଯାଏ ଯେ ମାତା କାଳୀଙ୍କ ଉପାସକ କେବଳ ହିନ୍ଦୁ ନଥିଲେ ବରଂ ଇଂରେଜମାନେ ମଧ୍ୟ ଥିଲେ। ଇତିହାସକୁ ଦେଖିଲେ ଜଣାପଡେ, ପୂର୍ବେ ଇଷ୍ଟ ଇଣ୍ଡଆ କମ୍ପାନୀର ମାଲିକ କୌଣସି ଜରୁରୀ କାମ କରିବା ପୂର୍ବରୁ କାଳିଘାଟ ମନ୍ଦିରରେ ପ୍ରଥମେ ମାଆଙ୍କ ଦର୍ଶନ କରୁଥିଲେ । କାଳୀମନ୍ଦିର ପରିସରରେ ରହିଛି କୁଣ୍ଡ ଆକଳନରେ ଏକ ପୁୁଷ୍କରଣୀ। ଯାହାର ଜଳରାଶି କୁ ଶ୍ରଦ୍ଧାଳୁ ମାନେ ସ୍ପର୍ଶ କରି ତୃପ୍ତ ହୋଇଥାନ୍ତି।
କାଳିଘାଟ ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି। ପ୍ରତିବର୍ଷ ଏହି ସ୍ଥାନକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ବାହାର ଦେଶରୁ ମଧ୍ୟ ଦେବୀ ମାଆଙ୍କ ଦର୍ଶନ ପାଇଁ ଭକ୍ତ ଆସିଥାନ୍ତି। ଏହି ଭବ୍ୟ ମନ୍ଦିରର ନିର୍ମାଣ ୧୮୦୯ ମସିହାରେ ହୋଇଥିଲ। । ପୁରାଣ ଅନୁଯାୟୀ, ଏହି ମନ୍ଦିରର ନିର୍ମାଣ ବ୍ରହ୍ମାନନ୍ଦ ଗିରି ନାମକ ଜଣେ ସାଧୁ କରିଥିଲେ। ଗୁରୁ ବ୍ରହ୍ମାନନ୍ଦ ଗିରି ଦକ୍ଷିଣ ଭାରତର ନୀଳଗିରି ପର୍ବତର ଏକ ଗୁମ୍ଫାରେ ବାସ କରୁଥିଲେ । ସେ ମାଆ କାଳୀଙ୍କ ଉପାସକ ଥିଲେ । ମାଆ କାଳୀ ତାଙ୍କ ସ୍ୱପ୍ନରେ ଆସି ମନ୍ଦିର କରିବା ପାଇଁ ଆଦେଶ ଦେବା ପରେ ସେ ଏହି ମନ୍ଦିର ନିର୍ମାଣ କରାଇଥିଲେ । ସେବେଠାରୁ ମାଆଙ୍କ ଭବ୍ୟ ପ୍ରତିମା ଏଠାରେ ପୂଜା ପାଉଛନ୍ତି।
ବିଶ୍ୱାସର ପୀଠ ସ୍ଥଳୀ କାଳୀ ଘାଟର ଶବ୍ଦ କୁ ନେଇ କଲକାତା ର ନାମକରଣ ହୋଇଛି ବୋଲି ମଧ୍ୟ ଅନେକ କୁହନ୍ତି। କୋଲକତା ବାସୀଙ୍କ ମାଆଙ୍କୁ ନେଇ ରହିଛି ପ୍ରଗାଢ଼ ବିଶ୍ୱାସ । ଏଠାରେ ପ୍ରାୟ ସମସ୍ତଙ୍କ ଘରେ ମଧ୍ୟ ମାଆ କାଳୀଙ୍କ ପୂଜା କରଯାଏ । ବିଶ୍ୱାସ ରହିଛି ଯେ, ଏଠାକୁ ଯେଉଁ ଭକ୍ତ ନିଜ ସମସ୍ୟା ନେଇ ଆସିଥାଏ, ମାଆ ତାର ସବୁ ଦୁଃଖ ଦୂର କରିଦିଅନ୍ତି। ମାଆଙ୍କ ପାଖରୁ କେହି ବି ଖାଲି ହାତରେ ଫେରନ୍ତି ନାହିଁ। ସମ୍ପ୍ରତି ମାଆ ଙ୍କ ଏହି ସ୍ଥାନ ପଶ୍ଚିମବଙ୍ଗ ର ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଅଧ୍ୟ ପରିଚିତ।
BREAKING NEWS
- ପାହାଡରେ ମାଓକ୍ୟାମ୍ପ ଠାବ,ମିଳିଲା ବନ୍ଧୁକ ସହ ଅନେକ ବିସ୍ଫୋରକ ସାମଗ୍ରୀ
- Kendrapara Anganwadi: ତିନିମାସ ପରେ ଅଙ୍ଗନବାଡ଼ି ଆସିଲେ ପିଲା; ପଢିବା ସହ କଲେ ଭୋଜନ
- Rosan Kujur makes India Debut:ରୋଶନଙ୍କ ପଦାର୍ପଣ;କହିଲେ-ନିଜ ରାଜ୍ୟରେ ସିନିୟର ଜର୍ସି ହାସଲ କରିବା ଏକ ଗର୍ବର ମୁହୂର୍ତ୍ତ
- FIH Pro League: ବେଲଜିୟମର କ୍ରମାାଗତ ବିଜୟ ହାସଲ
- Subhadra Money: ଏହି ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି
- Dr Raseshwari Panigrahi: ପୂର୍ବତନ ବିଧାୟକା ରାସେଶ୍ବରୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
- ୧୭ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ?
- Major Blast And Fire At Faridabad: ଏକ ରାସାୟନିକ କାରଖାନାରେ ବିସ୍ଫୋରଣ;୪୨ ଜଣ ଗୁରୁତର ଭାବେ ପୋଡ଼ି…
- ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭ କରିବ ସୁପର ଏଇଟ ଅଭିଯାନ
- Bust massive ‘mule account’: ଆତଙ୍କବାଦୀ ପାଣ୍ଠି ଉପରେ ସୁରକ୍ଷା ଏଜେନ୍ସିର ପ୍ରହାର; ୮୦୦୦ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍…
Comments are closed.