Latest Odisha News

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି…

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୯୯, ୬୬୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୧, ୩୩୮ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୮,୦୬୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ।

ଭାରତରେ ୨୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୬୦୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୯୦ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୩,୨୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ସୁସ୍ଥତା ଲାଭ କରିଥିବା ନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.