ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରାପିଡ ଆଂଟିବଡି ଟେଷ୍ଟ । ଏନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଆଇସିଏମ୍ଆର୍। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ରାପିଡ ଟେଷ୍ଟ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ ହେବ । ଏଥିପାଇଁ ବିଭିନ୍ନ ସ୍ଥାନକୁ ଟିମ ପଠାଯିବ ।
ଏହି ଯାଞ୍ଚ ପୂରଣ ନହେବା ପର୍ୟ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ରାଜ୍ୟମାନଙ୍କୁ ଆଇଏସଏମଆର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଆଇସିଏମଆରର ରମଣ ଆର ଗଙ୍ଗାଖେଡକର କହିଛନ୍ତି, ରାପିଡ୍ ଟେଷ୍ଟ କିଟ୍ ସବୁ ରାଜ୍ୟକୁ ବଣ୍ଟନ କରାଯାଇଥିଲା। ଗୋଟିଏ ରାଜ୍ୟ କହିଛି ଯେ ଏହି ଟେଷ୍ଟ କିଟ୍ ଗୁଡିକରେ ତ୍ରୁଟି ରହିଛି । ଆମେ ତିନୋଟି ରାଜ୍ୟରୁ ଏହା ଜାଣିବାକୁ ପାଇଛୁ। ଏହା ଭଲ ସଙ୍କେତ ନୁହେଁ। ଆମେ ଏହା ଉପରେ ତଦନ୍ତ ଆରମ୍ଭ କରିବୁ ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ରାପିଟ ଟେଷ୍ଟ କିଟ ସଂପର୍କରେ ରାଜସ୍ଥାନ ସରକାର ଆପତ୍ତି ଉଠାଇ ଏହି ପରୀକ୍ଷାକୁ ବନ୍ଦ କରିଦେଇଥିଲେ । ଏହି କିଟଗୁଡ଼ିକରେ ଭୁଲ ଫଳାଫଳ ବାହାରୁଛି । ମାତ୍ର ୫.୪ ପ୍ରତିଶତ ସଠିକ ରିପୋର୍ଟ ବାହାରୁଛି ବୋଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.