ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦୀ’ କୁହାଯାଉଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଏବେ ଚର୍ଚ୍ଚାରେ । ନିର୍ବାଚନ ଆରମ୍ଭରୁ ଶେଷ ଯାଏଁ ଇଣ୍ଟରନେଟରେ ବିଜେପି ସାଂସଦ ପ୍ରତାପଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥିଲା ତାଙ୍କ ସରଳ ଜୀବନଯାପନ ଶୈଳୀକୁ ନେଇ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରତାପଙ୍କୁ ନେଇ ଚର୍ଚ୍ଚା ବେଶ୍ ବୃଦ୍ଧି ପାଇବାରେ ଲାଗିଛି । ମୋଦୀଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ସ୍ଥାନ ପାଇପାରନ୍ତି ।
ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯିଏକି, ନିର୍ବାଚନରେ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିନଥିଲେ, ଏବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଲାଗି ତାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ମୋଦୀଙ୍କ ଏହି ଦ୍ୱିତୀୟ ପାଳିରେ ମଧ୍ୟ ସେ ମନ୍ତ୍ରୀ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି ।
ଓଡ଼ିଶାରେ ୮ ଜଣ ବିଜେପି ପ୍ରାର୍ଥୀ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିପାରିଛନ୍ତି । ତେବେ ମନ୍ତ୍ରୀପଦ ଲାଗି ଏହି ଆଠଜଣଙ୍କ ମଧ୍ୟରୁ ୩ଜଣ ନବ ନିର୍ବାଚିତ ସାଂସଦଙ୍କ ନାମ ଏବେ ଅଧିକ ଶୁଣାଯାଉଛି ।
ଯେଉଁ ଓଡ଼ିଶା ସାଂସଦଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଚାଲିଛି ସେହି ସାଂସଦମାନେ ହେଲେ ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ଯେଉଁମାନେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ସେମାନଙ୍କର ତାଲିକା:
- ଧର୍ମେନ୍ଦ୍ର ପ୍ରଧାନ
- ସୁଷମା ସ୍ୱରାଜ
- ରାଜନାଥ ସିଂହ
- ପିୟୂଷ ଗୋଏଲ
- ନିତିନ ଗଡକରୀ
- ଅର୍ଜୁନ ରାମ ମେଘୱାଲ୍
- ରବି ଶଙ୍କର ପ୍ରସାଦ
- ନିର୍ମଳା ସୀତାରମଣ
- ଜିତେନ୍ଦ୍ର ସିଂହ
- ପ୍ରକାଶ ଜାଭେଡକର୍
- ସ୍ମୁତି ଇରାନୀ
- କିରଣ ରିଜ୍ଜୁ
- ରାମଦାସ ଆଥୱାଲେ
- ବାବୁଲ ସୁପ୍ରିୟୋ
- ରାମବିଳାସ ପାଶୱାନ୍
- ସୁରୋଶ ଅଙ୍ଗାଡି
- ସଦାନନ୍ଦ ଗୌଡା
- ପି ରବିନ୍ଦ୍ରନାଥ
- ପ୍ରହ୍ଲାଦ ଯୋଶୀ
- କୈଳାଶ ଚୌଧୁରୀ
- କ୍ରିଷ୍ଣ୍ ପାଲ୍
- ଅନୁପ୍ରିୟା ପଟେଲ୍
- ହରସିମ୍ରତ କୌର ବାଦଲ
- ସଞ୍ଜିବ ବାଲିୟାଁ
Comments are closed.