Latest Odisha News

BREAKING NEWS

କାଠମାଣ୍ଡୁରେ ପହଞ୍ଚିଲା ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ମୃତ୍ୟୁ ହେବାର ଦୀର୍ଘ ଆଠଦିନ ପରେ ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ଗୁରୁବାର ଦିନ କାଠମାଣ୍ଡୁକୁ ଅଣାଯାଇଛି । ନେପାଳରେ ଆନୁଷ୍ଠାନିକ ଭାବେ ସରକାରୀ ଯାଞ୍ଚ ପରେ ତାଙ୍କ ପାର୍ଥିବ ଶରୀର ଓଡ଼ିଶା ଆସିବା ଲାଗି ଏବେ ପ୍ରସ୍ତୁତ ।

ତେବେ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ପାର୍ଥିବ ଶରୀର ଭୁବନେଶ୍ୱର ପହଞ୍ଚିବାରେ ବିଳମ୍ବ ଘଟିବ । ବରଫରେ ମୃତ ଶରୀରଟି ଅତ୍ୟଧିକ ଥଣ୍ଡା ହୋଇଯାଇଥିବା ଯୋଗୁଁ ଏହା ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ଅନେକ ସମୟ ଲାଗିବ । ପାର୍ଥିବ ଶରୀର ସ୍ୱାଭାବିକ ଅବସ୍ଥାକୁ ଫେରିବାପରେ ହିଁ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ହୋଇପାରିବ । ତେଣୁ ଆହୁରି ୨ ଦିନ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ପୂର୍ବରୁ ଓଡ଼ିଶା ସରକାର ଅବଗତ କରିଥିଲେ ଯେ, ଲୁକ୍ଲାରୁ କଳ୍ପନାଙ୍କ ଶରୀର ସଫଳତାର ସହିତ ସେରପାମାନଙ୍କ ଦ୍ୱାରା ବେସ୍ କ୍ୟାମ୍ପକୁ ଅଣାଯାଇପାରିଛି । ସରକାରୀ ଯାଞ୍ଚ ପରେ ତାଙ୍କର ପାର୍ଥିବ ଶରୀରକୁ କାଠମାଣ୍ଡୁକୁ ଅଣାଯାଇପାରିଛି ।

Kalpana Das (right) along with Kanchhi Maya Tamang at Everest base camp. Courtesy: Dreamers destination treks

ଏଭରେଷ୍ଟ ଶୃଙ୍ଗରୁ ଅବତରଣ କରୁଥିବା ବେଳେ ମେ’ ୨୩ ତାରିଖରେ କଳ୍ପନାଙ୍କ ମୃତ୍ୟୁ ଘଟିଥିଲା । ମାଉଣ୍ଟ ଏଭରେଷ୍ଟର ୮,୬୦୦ ମିଟର ଉଚ୍ଚତାର ସମତଳରେ ଥିବା ସମୟରେ ତାଙ୍କର ପ୍ରାଣହାନୀ ଘଟିଥିଲା । ଏକ ତିନିଜଣିଆ ପର୍ବତାରୋହୀ ଦଳରେ ୫୩ ବର୍ଷ ବୟସ୍କା କଳ୍ପନା ସାମିଲ୍ ରହିଥିଲେ ।

Leave A Reply

Your email address will not be published.