Latest Odisha News

BREAKING NEWS

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦୀ’ କୁହାଯାଉଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଏବେ ଚର୍ଚ୍ଚାରେ । ନିର୍ବାଚନ ଆରମ୍ଭରୁ ଶେଷ ଯାଏଁ ଇଣ୍ଟରନେଟରେ ବିଜେପି ସାଂସଦ ପ୍ରତାପଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥିଲା ତାଙ୍କ ସରଳ ଜୀବନଯାପନ ଶୈଳୀକୁ ନେଇ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରତାପଙ୍କୁ ନେଇ ଚର୍ଚ୍ଚା ବେଶ୍ ବୃଦ୍ଧି ପାଇବାରେ ଲାଗିଛି । ମୋଦୀଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ସ୍ଥାନ ପାଇପାରନ୍ତି ।

ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯିଏକି, ନିର୍ବାଚନରେ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିନଥିଲେ, ଏବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଲାଗି ତାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ମୋଦୀଙ୍କ ଏହି ଦ୍ୱିତୀୟ ପାଳିରେ ମଧ୍ୟ ସେ ମନ୍ତ୍ରୀ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି ।

ଓଡ଼ିଶାରେ ୮ ଜଣ ବିଜେପି ପ୍ରାର୍ଥୀ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିପାରିଛନ୍ତି । ତେବେ ମନ୍ତ୍ରୀପଦ ଲାଗି ଏହି ଆଠଜଣଙ୍କ ମଧ୍ୟରୁ ୩ଜଣ ନବ ନିର୍ବାଚିତ ସାଂସଦଙ୍କ ନାମ ଏବେ ଅଧିକ ଶୁଣାଯାଉଛି ।

ଯେଉଁ ଓଡ଼ିଶା ସାଂସଦଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଚାଲିଛି ସେହି ସାଂସଦମାନେ ହେଲେ ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ଯେଉଁମାନେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ସେମାନଙ୍କର ତାଲିକା:

  • ଧର୍ମେନ୍ଦ୍ର ପ୍ରଧାନ
  • ସୁଷମା ସ୍ୱରାଜ
  • ରାଜନାଥ ସିଂହ
  • ପିୟୂଷ ଗୋଏଲ
  • ନିତିନ ଗଡକରୀ
  • ଅର୍ଜୁନ ରାମ ମେଘୱାଲ୍
  • ରବି ଶଙ୍କର ପ୍ରସାଦ
  • ନିର୍ମଳା ସୀତାରମଣ
  • ଜିତେନ୍ଦ୍ର ସିଂହ
  • ପ୍ରକାଶ ଜାଭେଡକର୍
  • ସ୍ମୁତି ଇରାନୀ
  • କିରଣ ରିଜ୍ଜୁ
  • ରାମଦାସ ଆଥୱାଲେ
  • ବାବୁଲ ସୁପ୍ରିୟୋ
  • ରାମବିଳାସ ପାଶୱାନ୍
  • ସୁରୋଶ ଅଙ୍ଗାଡି
  • ସଦାନନ୍ଦ ଗୌଡା
  • ପି ରବିନ୍ଦ୍ରନାଥ
  • ପ୍ରହ୍ଲାଦ ଯୋଶୀ
  • କୈଳାଶ ଚୌଧୁରୀ
  • କ୍ରିଷ୍ଣ୍ ପାଲ୍
  • ଅନୁପ୍ରିୟା ପଟେଲ୍
  • ହରସିମ୍ରତ କୌର ବାଦଲ
  • ସଞ୍ଜିବ ବାଲିୟାଁ
Leave A Reply

Your email address will not be published.