Latest Odisha News

BREAKING NEWS

ସାମ୍ନାକୁ ଆସିଲା ଗୋପାଳ ଦାସଙ୍କ ଛୁଟି ଉପସ୍ଥାପନ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଛୁଟି ମିଳୁନଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ତେଣୁ ମାନସିକ ଭାରସାମ୍ୟ ହରାଇ ଗୋପାଳ ଦାସ ହୁଏତ ଏଭଳି ଏକ ଘଟଣା ଭିଆଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।

ଏହି ହତ୍ୟା ମାମଲାର ତଦନ୍ତ କରୁଥିବା ଏଡିଜି ଅରୁଣ ବୋଥ୍ରା ନିକଟରେ ଏକ ଟ୍ବିଟ୍ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ସାରା ଦେଶରେ ଓଡିଶାର ପୋଲିସ ମାନେ ସର୍ବାଧିକ ୧୮ ଘଣ୍ଟା ଲେଖାଏଁ କାମ କରୁଛନ୍ତି। ତେଣୁ ହତ୍ୟା ଘଟଣା ପରେ ପରେ ଗୋପାଳ ହତ୍ୟା କରିବା ପଛର କାରଣ ଏଭଳି ରହିଥାଇପାରେ ବୋଲି ଚର୍ଚ୍ଚା ହେଉଥିଲା।

ଏବେ କିନ୍ତୁ ଗୋପାଳ ଦାସଙ୍କ ଛୁଟି ଦରଖାସ୍ତର ଉପସ୍ଥାପନା ସାମ୍ନାକୁ ଆସିଛି। ଯେଉଁଥିରେ ଗୋପାଳ ଦାସ ଛୁଟି ନେଉଥିବାର ପ୍ରମାଣ ମିଳିଛି। ରିପୋର୍ଟ ଅନୁଯାୟୀ ୨୦୨୨ରେ ମୋଟ୍ ୧୬ ଦିନ ସିଏଲ ଓ ୩ ଦିନ ପିଏଲ ସର୍ବମୋଟ ୧୯ ଦିନ ଛୁଟି ନେଇଥିଲେ ଗୋପାଳ ଦାସ। ଗତବର୍ଷ ଜାନୁଆରୀରେ ୨୫ରୁ ୨୭ ଦୁଇ ଦିନ, ଏପ୍ରିଲ ୨୬ରୁ ୨୯, ପୁଣି ଜୁନ୍ ୨୯ରୁ ଜୁଲାଇ ୩, ଜୁଲାଇ ୨୪ରୁ ୨୮,  ଅଗଷ୍ଟ ୧୯ରୁ ୨୩, ସପ୍ଚେମ୍ବର ୧୮ରୁ ୧୯ ଛୁଟି ନେଇଥିଲେ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ତାଙ୍କ କାର ଅଟକିଥିଲା। ଏହି ସମୟରେ ପୋଲିସ ଏଏସ୍ଆସଇ ଗୋପାଳ ଦାସ ଗୁଳି ମାରିଥିଲେ। ଯେଉଁଥିରେ ନବ ଦାସଙ୍କର ମୃତ୍ୟୁ ଘଟିଛି। ନବ ଦାସ ଗୁଳିମାଡର ଶିକାର ହେବା ପରେ  ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣଯାଇଥିଲା। ଏହିଠାରେ ତାଙ୍କୁ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା।

 

 

Leave A Reply

Your email address will not be published.