Latest Odisha News

ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି ! ଭାରତରେ ବନ୍ଦ ହେଲା ଉତ୍ପାଦନ

ନୂଆଦିଲ୍ଲୀ: ଆଖିରେ ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି, ପ୍ରାଣ ହରାଉଛନ୍ତି ଲୋକେ । ଗ୍ଲୋବାଲ୍ ଫାର୍ମା ହେଲଥକେୟାରର ଆର୍ଟିଫିସିଆଲ୍ ଟିଅର୍ସ ଡ୍ରପକୁ ନେଇ ଆମେରିକାର ଅଭିଯୋଗ ପରେ କମ୍ପାନୀ ପ୍ରଥମେ ସମସ୍ତ ଡ୍ରପକୁ ଫେରାଇ ନେଇଥିଲା । ଏବେ ଭାରତରେ ଉତ୍ପାଦନକୁ ବନ୍ଦ କରି ଦେଇଥିବା ଜଣାପଡ଼ିଛି ।

ଆମେରିକାରେ ସିଡିସି, ଚେନ୍ନାଇ ସ୍ଥିତ ଗ୍ଲୋବାଲ ଫାର୍ମା ହେଲଥକେୟାରର ଆର୍ଟିଫିସିଆଲ୍ ଟିଅର୍ସ ଆଇ ଡ୍ରପର ପରୀକ୍ଷଣ କରୁଛି । ଅନ୍ୟପଟେ କମ୍ପାନୀର ଔଷଧ ଆମଦାନୀ ଉପରେ ଆମେରିକାର ଫୁଡ୍ ଏଣ୍ଡ୍ ଡ୍ରଗ୍ ଆଡମିନଷ୍ଟ୍ରେସନ୍ ପ୍ରତିବନ୍ଧକ ଲଗାଇଛି ।

ଆମେରିକା ଅନୁସାରେ, ଉକ୍ତ ଆଇଡ୍ରପରେ ବ୍ୟାକ୍ଟେରିଆ ରହି ଥାଇପାରେ । ଏହି ଡ୍ରପର ବ୍ୟବହାର ଫଳରେ ଆଖିରେ ସଂକ୍ରମଣ ସହ ଅନ୍ଧ ହୋଇଯିବା ଏପରିକି ମୃତ୍ୟୁ ହେଉଥିବା ଦାବି କରିଛି ଆମେରିକା । ଆମେରିକାର ଏକ ରାଜ୍ୟରେ ଏହାଦ୍ୱାରା ୫୫ ପ୍ରତିଶତ ଔଷଧ ବ୍ୟବହାରକାରୀ ପ୍ରଭାବିତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ସିଡିସି ଅନୁସାରେ, ୧୧ରୁ ୫ ଜଣ ଆକ୍ରାନ୍ତଙ୍କ ଆଖିରେ ସଂକ୍ରମଣ ହୋଇଥିବା ବେଳେ ଦୃଷ୍ଟି ଶକ୍ତି ଚାଲି ଯାଇଛି ।

Leave A Reply

Your email address will not be published.