Latest Odisha News

BREAKING NEWS

ଏହି ଦିନ ରିଲିଜ କରିବ ଓଡ଼ିଆ ଚଳଚ୍ଚିତ୍ର ମାମା ୱେଡ୍ସ ପାପା’

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପୁଣି ଥରେ ଟ୍ରାକ୍‌କୁ ଫେରିଛି। ଆଗକୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ରିଲିଜ ଅପେକ୍ଷାରେ ରହିଛି।

ଅକ୍ଟୋବରରେ ଦୁର୍ଗା ପୂଜା ସମୟରେ ମୁକ୍ତିଲାଭ କରୁଥିବା ଏହିପରି ଗୋଟିଏ ଓଲିଉଡ୍ ଚଳଚ୍ଚିତ୍ର ହେଉଛି ‘ମାମା ୱେଡ୍ସ ପାପା’।

ଏହି ଚଳଚ୍ଚିତ୍ରର କାହାଣୀ ବେଶ୍‌ ନିଆରା। ଏଥିରେ ପିଲାଟି ନିଜ ପିତାମାତାଙ୍କୁ ଏକାଠି କରି ସେମାନଙ୍କ ବିବାହର ଆୟୋଜନ କରିବାକୁ ଚେଷ୍ଟା କରୁଥିବାର ଏକ ସୁନ୍ଦର ଦୃଶ୍ୟ ଏଥିରେ ଦେଖିବାକୁ ମିଳିବ।

ଏଥିରେ ଦର୍ଶକ ଏକ ନୂଆ ଯୋଡିଙ୍କୁ ଦେଖିବାର ସୁଯୋଗ ପାଇବେ। ‘ମାମା ୱେଡ୍‌ସ ପାପା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅଙ୍କିତ ଏବଂ ମନସ୍ୱିନୀ। ଏହି ଫିଲ୍ମ ଜରିଆରେ ମନସ୍ୱିନୀ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଥମ ଥର ପାଇଁ ପାଦ ଦେଇଛନ୍ତି।

ଏହାସହିତ ପପୁ ପମ୍ ପମ୍ ଏବଂ ପୁଷ୍ପା ପଣ୍ଡା ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ଏହି ଚଳଚ୍ଚିତ୍ରଟି ଶ୍ରୀହାନ ସିନେକ୍ରିଏସନ୍ସ ବ୍ୟାନରରେ ନିର୍ମିତ ଏବଂ ଏହାର ଦିର୍ଦ୍ଦେଶନା ଦେଇଛନ୍ତି ଆପୁ କାନୁନଗୋ। ଚିନ୍ମୟ ଦାସ ପଟ୍ଟନାୟକଙ୍କ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି।

ଆସାଦ ନିଜାମ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଥିବା ବେଳେ ମୁରଲୀଧରନ୍ ଏଥିରେ କୋରିଓଗ୍ରାଫର୍ କରିଛନ୍ତି।

Leave A Reply

Your email address will not be published.