Latest Odisha News

BREAKING NEWS

ଦି ଇଂଟର୍ଣ୍ଣରେ ଅମିତାଭଙ୍କ ଏଂଟ୍ରି

ମୁମ୍ବାଇ: ରିଷି କାପୁରଙ୍କ ପରଲୋକ ପରେ ହଲିଉଡର ସୁପରହିଟ ଫିଲ୍ମ ଦି ଇଂଟର୍ଣ୍ଣର ହିନ୍ଦୀ ରିମେକର ଶୁଟିଂ ବାଧାପ୍ରାପ୍ତ ହୋଇଥିଲା । ଏବେ ରିଷିଙ୍କ ଭୂମିକା ମେଗାଷ୍ଟାର ଅମିତାଭ ବଚ୍ଚନ କରିବାକୁ ଯାଉଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ଦି ଇଂଟର୍ଣ୍ଣରେ ଏନି ହେଥୱେଙ୍କ ଭୂମିକା ଦୀପିକା ପାଦୁକୋନ କରୁଥିବା ବେଳେ ରବର୍ଟ ଡି ନୀରୋଙ୍କ ରୋଲ ଅମିଭାଭ କରିବେ ।

ଫିଲ୍ମର ଶୁଟିଂ ପୁନର୍ବାର ଆରମ୍ଭ ହେବ । ପୂର୍ବରୁ ଅମିତାଭ ଓ ଦୀପିକା ପିକୁ ଫିଲ୍ମରେ ଏକତ୍ର କାମ କରିଥିଲେ ଏବଂ ଏହା ସଫଳ ମଧ୍ୟ ହୋଇଥିଲା । ଓର୍କପ୍ଲେସରେ ସମ୍ପର୍କ ଏବଂ ମାନବିକ ମୂଲ୍ୟବୋଧ ଉପରେ ଏହି ଫିଲ୍ମ ଆଧାରିତ । ପ୍ରଡକ୍ସନ ଦାୟିତ୍ୱ ୱାର୍ଣ୍ଣର ବ୍ରଦର୍ସ ଏବଂ ସୁନୀର କ୍ଷେତ୍ରପାଲ ତୁଲାଉଛନ୍ତି ।

Leave A Reply

Your email address will not be published.