Latest Odisha News

BREAKING NEWS

ଆସନ୍ତା ମାସରେ ଲଞ୍ଚ ହେବ ସାଓମି ମି ୧୦; ମିଳିବ ୫ଜିର ସପୋର୍ଟ

ଚୀନ ର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଜଲ୍ଦି ବିଶ୍ୱସ୍ତରୀୟ ଲଞ୍ଚ ସାଓମି ମି ୧୦ କୁ ଆଗାମୀ ମାସରେ କରିବ | କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏ ସମ୍ପର୍କରେ ରିପୋର୍ଟ ଲିକ ହୋଇଥିଲା ଯେଉଁଥିରେ ଲଞ୍ଚି ତାରିଖ ଖୁଲାସା ହୋଇଥିଲା |

ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନୀ ଏହି ଉତ୍ପାଦନ କୁ ୨୦ ଫେବ୍ରୁଆରୀ କୁ ଲଞ୍ଚ କରିବ | ପୂର୍ବରୁ ଏହି ଫୋନ ର ମୂଲ୍ୟ ଓ ଫିଚର୍ସ କୁ ନେଇ ବହୁ ରିପୋର୍ଟ ଲିକ ହୋଇସାରିଛି | କମ୍ପାନୀ ସହ ପ୍ରତିଷ୍ଠାତା ବିନ ଲୀନ ମଧ୍ୟ ଗୋଟିଏ କାର୍ଯ୍ୟକ୍ରମରେ ଏହି ଫୋନର ପ୍ରୋସେସର ସମ୍ପର୍କରେ ସୂଚନା ଦେଇଥିଲେ |

ସାଓମି ଏମଆଇ ୧୦ ୫ଜି ର ସମ୍ଭାବିତ ମୂଲ୍ୟ:

ଗଣମାଧ୍ୟମ ରିପୋର୍ଟ ମୁତାବିକ କମ୍ପାନୀ ଏହି ଫୋନ ର ମୂଲ୍ୟ ପ୍ରିମୀୟମ ସେଗମେଣ୍ଟ ରେ ରଖିବ | ସାଓମି ଏହା ପୂର୍ବରୁ ଏମଆଇ ୯ ସ୍ମାର୍ଟଫୋନ ଲଞ୍ଚ କରିଥିଲା, ଯାହାକୁ କିଣିବାକୁ ବହୁତ ଲାଇନ ଲାଗିଥିଲା | ଲିକ ରିପୋର୍ଟ ଅନୁସାରେ , ୟୁଜର୍ସ କୁ ଏହି ଡିଭାଇସ ରେ ଓଏଏଲଇଡି ଡିସପ୍ଲେ, ପାଞ୍ଚ କ୍ୟାମେରା ସେଟପ, ୬୬ ୱାଟ ର ଫାଷ୍ଟ ଚାରଜିଙ୍ଗ ଓ ଅଣ୍ଡର-ଡିସପ୍ଲେ ସେଲ୍ଫି କ୍ୟାମେରା ମିଳିବ | ବର୍ତ୍ତମାନ ପର୍ଯ୍ୟନ୍ତ, କମ୍ପାନୀ ଏବେ ପର୍ଯ୍ୟନ୍ତ କମ୍ପାନୀ ଅଧିକାରୀ କେବଳ ପ୍ରୋସେସର ର ସୂଚନା ଦେଇଛନ୍ତି | ହେଲେ ଏହାର ପ୍ରକୃତ ମୂଲ୍ୟ ଲଞ୍ଚ ପରେ ଜଣା ପଡିବ |

ସାଓମି ଏମଆଇ ୧୦ ୫ଜି ର ସମ୍ଭାବିତ ସ୍ପେସିଫିକେସନ:
କମ୍ପାନୀ ପୂର୍ବ ବର୍ଷ ଡ଼ିସେମ୍ବରରେ ରେଡ଼ମି କେ୩୦ ସିରିଜ କୁ ଚୀନ ରେ ଲଞ୍ଚ କରିଥିଲା | ଫିଚର୍ସ କଥା ଆସିଲେ ଏହି କମ୍ପାନୀ ସ୍ମାର୍ଟଫୋନ ରେ ୬.୬୭ ଇଞ୍ଚ ର ଫୁଲ ଏଚଡ଼ି ପ୍ଲସ ପଞ୍ଚହୋଲ ଡିସପ୍ଲେ ଦିଆଯାଇଛି , ଯାହାର ରିଜୋଲ୍ୟୁସନ ୧୦୮୦ x ୨୪୦୦ ପିକ୍ସସେଲ ରହିବ |

ଏହା ସହ ସ୍କ୍ରିନ ପ୍ରୋଟେକ୍ସନ ପାଇଁ କାର୍ନିଂ ଗୋରିଲା ଗ୍ଲାସ ୫ ର ସପୋର୍ଟ ଦିଆଯାଇଛି | ୟୁଜରଙ୍କୁ ଭଲ ବ୍ୟବହାର କରିବା ପାଇଁ ରେଡ଼ମି କେ୩୦ ରେ ସ୍ନାପଡ୍ରାଗନ ୭୩୫ଜି ଓ କେ୩୦ ୫ଜି ରେ ସ୍ନାପଡ୍ରାଗନ ୭୬୫ଜି ଏସଓସି ର ସପୋର୍ଟ ମିଳିବ | ଏହା ଛଡା ଏହି ଡିଭାଇସରେ ଇଣ୍ଟରନାଲ ଷ୍ଟୋରେଜ କୁ ମାଇକ୍ରୋ ଏସଡ଼ି କାର୍ଡ ର ସାହାଯ୍ୟରେ ୨୫୬ ଜିବି ଷ୍ଟୋରେଜ ପର୍ଯ୍ୟନ୍ତ ବଢାଯାଇପାରିବ |

Leave A Reply

Your email address will not be published.