Latest Odisha News

BREAKING NEWS

ନିଜ ପ୍ରଜାତିକୁ ବଞ୍ଚାଇବାରେ ସଫଳ ହେଲା ୧୦୦ ବର୍ଷୀୟ କଇଁଛ

ମୁମ୍ବାଇ: ୮୦ କିଲୋ ଓଜନର ୧୦୦ ବର୍ଷୀୟ କଇଁଛ ଡିଏଗୋ ଲୋପ ପାଇବାକୁ ବସିଥିବା ନିଜ ପ୍ରଜାତିକୁ ବଂଚାଇବାରେ ସଫଳ ହୋଇଛି । ଏକାକୀ ଏହି କଇଁଛ ୮୦୦ ଛୁଆଙ୍କୁ ଜନ୍ମ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ବର୍ତମାନ ଏହି ପ୍ରଜାତି ପୁନର୍ବାର ପୂର୍ବ ସ୍ଥିତିକୁ ଫେରି ଆସିଛନ୍ତି ।

ଡିଏଗୋଙ୍କୁ ପଶୁପ୍ରେମୀମାନେ ହିରୋଠାରୁ କମ୍ ନୁହେଁ ବୋଲି କହିଛନ୍ତି । ଡିଏଗୋ ଚେଲେନୋଏଡିସ ହୁଡେନେସିସି ପ୍ରଜାତିର କଇଁଛ । ୫୦ ବର୍ଷ ପୂର୍ବେ ଏହି ପ୍ରଜାତିର କେବଳ ୨ ଟି ପୁରୁଷ ଓ ୧୨ ମହିଳା ବଂଚିଥିଲେ । ଗାଲପୋଗସର ବିସ୍ତୃତ ଅହଚଳରେ ଏମାନେ ରହୁଥିବାରୁ ପରସ୍ପରର ନିକଟତର ହୋଇପାରୁ ନ ଥିଲେ । ଶେଷରେ ୧୯୬୫ରେ ଡିଏଗୋଙ୍କୁ ୧୪ ଅନ୍ୟ ମହିଳା କଇଁଚ ସହ ଏକତ୍ର ରଖା ଯାଇଥିଲା । ଧିରେ ଧିରେ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।

ରିପୋର୍ଟ ମୁତାବକ ୨୦୦୦ କଇଁଚ ଏବେ ଅଛନ୍ତି । ଏହା ମଧ୍ୟରୁ ୮୦୦ କଇଁଛ ଡିଏଗୋଙ୍କୁ ଯୋଗୁ ଜନ୍ମ ଗ୍ରହଣ କରି ପାରିଛନ୍ତି । ୨୦୦୦ରୁ ଅଧିକାଂଶ ସୁସ୍ଥ ସବଳ ଥିବାରୁ ସେମାନଙ୍କ ବଂଶ ଆହୁରି ବୃଦ୍ଧି ପାଇବ ବୋଲି ପ୍ରାଣୀ ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.