Latest Odisha News

BREAKING NEWS

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ଗଣେଶ ପୂଜା; ପୌରାଣିକ କଥା, ପୂଜା କରିବାର ଶୁଭ ମୂହୂର୍ତ୍ତ…

ଭୁବନେଶ୍ବର: ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ଉତ୍ସବ ପାଳନ କରାଯାଇଥାଏ । ଗଣେଶ ଭଗବାନ ବୁଦ୍ଧି ଓ ବିଦ୍ୟାର ଦେବତା ବୋଲି ମଧ୍ୟ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ ।

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଘରେ ଘରେ ଓ ପେଣ୍ଡାଲ ମାନଙ୍କରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରାଯାଇଥାଏ । ସେନେଇ ବହୁ ସାଜସଜ୍ଜା କରାଯାଇଥାଏ । ତେବେ ଚଳିତ ବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୭ ତାରିଖରେ ପଡୁଛି । ଏହି ଦିନଠାରୁ ଦଶ ଦିନିଆ ଗଣେଶ ଉତ୍ସବ ଆରମ୍ଭ ହେଉଛି । ଏହା ସେପ୍ଟେମ୍ବର ୧୭ ତାରିଖ ଅନନ୍ତ ଚତୁର୍ଦ୍ଦଶୀ ଦିନ ଶେଷ ହେବ । ଏହି ଦିନ ଅଗ୍ରପୂଜ୍ୟ ଗଜାନନଙ୍କୁ ବିଦା କରାଯାଇ ମୂର୍ତ୍ତି ବିସର୍ଜନ କରାଯିବ ।

ପଞ୍ଚାଙ୍ଗ ଅନୁଯାୟୀ, ଭାଦ୍ରବ ମାସର ଶୁକ୍ଲାପକ୍ଷ ଚତୁର୍ଥୀ ତିଥି ସେପ୍ଟେମ୍ବର ୬ ତାରିଖ ଅପରାହ୍ନ ୩ଟା ୧ରେ ଆରମ୍ଭ ହେବ ଏବଂ ପରଦିନ ୭ ତାରିଖ ସନ୍ଧ୍ୟା ୫ ଟା ୩୭ରେ ଶେଷ ହେବ ।

ମଧ୍ୟାହ୍ନ ଗଣେଶ ପୂଜା ମୁହୂର୍ତ୍ତ-
ସକାଳ ୧୧ଟା ୧୦ ମନିଟ ରେ ଆରମ୍ଭ ହୋଇ ୧ଟେ ୩୯ ମିନିଟରେ ଶେଷ ହେବ ।

ପୁରାଣ ଅନୁଯାୟୀ, ଗଣେଶ ଚତୁର୍ଥୀ ଦିନ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ ଗଣପତିଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ଗଣେଶ ଉତ୍ସବ ସମୟରେ ଯଦି କେହି ଦଶ ଦିନ ଧରି ନିଷ୍ଠା ସହକାରେ ପୂଜା କରେ, ତେବେ ତାଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ଏକ ପୌରାଣିକ କାହାଣୀ ଅନୁଯାୟୀ, ମହାଭାରତ ସୃଷ୍ଟି ପାଇଁ ମହର୍ଷି ବେଦବ୍ୟାସ ଭଗବାନ ଗଣେଶଙ୍କୁ ନିମନ୍ତ୍ରଣ କରିଥିଲେ ।

ବ୍ୟାସ ଶ୍ଳୋକଗୁଡିକ ପାଠ କରି ଚାଲିଥିଲେ ଏବଂ ଗଣେଶ ଭଗବାନ ଦଶ ଦିନ ପର୍ଯ୍ୟନ୍ତ ମହାଭାରତକୁ ଅନୁବାଦ କରି ଚାଲିଥିଲେ । ଦଶ ଦିନ ମଧ୍ୟରେ ଭଗବାନ ଗଣେଶଙ୍କ ଉପରେ ଧୂଳିର ଏକ ଆସ୍ତରଣ ହୋଇଯାଇଥିଲା । ଦଶ ଦିନ ଅର୍ଥାତ୍ ଅନନ୍ତ ଚତୁର୍ଦ୍ଦଶୀରେ, ଭଗବାନ ଗଣପତି ସରସ୍ୱତୀ ନଦୀରେ ସ୍ନାନ କରି ନିଜକୁ ସ୍ବଚ୍ଛ କଲେ, ଏହା ପର ଠାରୁ ଗଣେଶ ଉତ୍ସବ ଦଶ ଦିନ ଧରି ପାଳନ ହେବା ଆରମ୍ଭ ହୋଇଥିଲା ।

Comments are closed.