Latest Odisha News

BREAKING NEWS

ପ୍ରଥମେ କାହାକୁ ମିଳିଥିଲା ଭାରତ ରତ୍ନ, ଜାଣନ୍ତୁ ବର୍ଷକୁ କେତୋଟି ଲୋକଙ୍କୁ ମିଳିପାରିବ ଏହି ସମ୍ମାନ

ସ୍ଵାଧିନ ଭାରତର ପ୍ରଥମ ଗଭର୍ଣ୍ଣର ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ପୂର୍ବତ୍ତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ମହାନ ବୈଜ୍ଞାନିକ ଡା.ଚନ୍ଦ୍ରଶେଖର ଭେଙ୍କଟରମଣଙ୍କୁ ୧୯୫୪ ମସିହାରେ ପ୍ରଥମଥର ଭାରତ ରତ୍ନ ସମ୍ମାନ ମିଳିଥିଲା ।

ଭୁବନେଶ୍ଵର: ଦେଶର ସର୍ବଚ୍ଚୋ ନାଗରିକ ସମ୍ମାନ ‘ଭାରତ ରତ୍ନ’ର ପ୍ରଥା ପ୍ରଥମ ରାଷ୍ଟ୍ରପତି ଡା.ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା । କୌଣସି ବି କ୍ଷେତ୍ରରେ ଜଣେ ବ୍ୟକ୍ତିର ଅତୁଳନୀୟ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ । ୧୯୫୪ ମସିହାରେ ଏହି ସମ୍ମାନ କେବଳ ଜୀବିତ ବ୍ୟକ୍ତି ମାନଙ୍କୁ ଦିଆଯାଉଥିଲା । କିନ୍ତୁ ପରବର୍ତ୍ତି ସମୟରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ମଧ୍ୟ ଦିଆଗଲା । ଭାରତର ରାଜପତ୍ର ‘ଦି ଗେଜେଟ୍ ଅଫ୍ ଇଣ୍ଡିଆ’ରେ ବିଜ୍ଞପ୍ତି ପ୍ରକାଶ କରି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥାଏ । ପରେ ଗଣତନ୍ତ୍ର ଦିବସ ଅର୍ଥାତ୍ ୨୬ ଜାନୁଆରୀରେ ରାଷ୍ଟ୍ରପତି ବିଜେତା ମାନଙ୍କୁ ସମ୍ମାନିତ କରିଥାଆନ୍ତି | ଗୋଟିଏ ବର୍ଷରେ ସର୍ବାଧିକ ତିନି ଜଣଙ୍କୁ ଏହି ଭରତ ରତ୍ନ ସମ୍ମାନ ଦିଆଯାଇଥାଏ ।

ଭାରତରତ୍ନ ସମ୍ମାନ ଦିଆଯାଉଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ପ୍ରମାଣ ପତ୍ର ଏବଂ ଗୋଟେ ମେଡାଲ ମିଳିଥାଏ । ଏହା ସହ ସର୍ବୋଚ୍ଚ ନାଗରିକ ପୁରଷ୍କାର ବିଜେତାଙ୍କୁ ନିଶେଷ ସମ୍ମାନ ମଧ୍ୟ ମିଳିଥାଏ । ଭାରତରତ୍ନ ପାଇଥିବା ଲୋକଙ୍କୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ଆସିଥାଏ । ଏହା ସହ ଭାରତରତ୍ନ ପାଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥାଏ । ସ୍ଵାଧିନ ଭାରତର ପ୍ରଥମ ଗଭର୍ଣ୍ଣର ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ପୂର୍ବତ୍ତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ମହାନ ବୈଜ୍ଞାନିକ ଡା.ଚନ୍ଦ୍ରଶେଖର ଭେଙ୍କଟରମଣଙ୍କୁ ୧୯୫୪ ମସିହାରେ ପ୍ରଥମଥର ଭାରତ ରତ୍ନ ସମ୍ମାନ ମିଳିଥିଲା ।

ତେବେ ଆପଣ ଜାଣନ୍ତି କି ଆମ ଦେଶରେ ଜଣେ ପାକିସ୍ତାନୀ ବ୍ୟକ୍ତି ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଖାନ୍ ଅବଦୁଲ ଗପ୍ଫାର ଖାନ୍ ହେଉଛନ୍ତି ଏକ ମାତ୍ର ପାକିସ୍ତାନୀ ଯିଏ ଭାରତରତ୍ନ ସମ୍ମାନ ହାସଲ କରିଥିଲେ । ତାଙ୍କ ବ୍ୟତୀତ ମଦର ଟେରେସା ଏବଂ ନେଲସନ ମଣ୍ଡେଲାଙ୍କୁ ମଧ୍ୟ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୧୯ ରେ ଶେଷ ଥର ପାଇଁ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୪ ରେ, ପ୍ରଥମ ଥର ପାଇଁ କ୍ରୀଡା କ୍ଷେତ୍ରରେ ସର୍ବୋଚ୍ଚ ପ୍ରଦର୍ଶନ ପାଇଁ ସଚିନ ତେନ୍ଦୁଲକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।  ଭାରତ ରତ୍ନ ପୁରସ୍କାର ଦୁଇଥର ସ୍ଥଗିତ ରଖାଯାଇଛି, ଏହା ପରେ ଏହି ପୁରସ୍କାର ପୁନଃ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ୪୯ ଜଣ ମହାନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.